ଭଞ୍ଜନଗର- ଦିନ ୧୨ରୁ ସକାଳ ୭ ସଟ ଡାଉନ: ନିୟମ ଉଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

0
499

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ଦେଶରେ ବୃଦ୍ଧି ପାଉଛି। ଓଡ଼ିଶା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେଣୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଆଂଶିକ ସଟ ଡାଉନ କରାଯାଇଛି । ଅପରପକ୍ଷରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ପାଳନ ପାଇଁ ଅଣ୍ଟା ଭିଡ଼ିଛି ଭଞ୍ଜନଗର ପ୍ରଶାସନ । ଏଥି ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି।ସେଥିମଧ୍ୟରେ ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ପୁରା ସଟ ଡାଉନ ରହିବ।ଏହି ସମୟରେ ପ୍ରଶାସନ ତରଫରୁ କେବଳ ଅନୁମତି ମିଳିଥିବା ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଫୋନ୍ ଦ୍ୱାରା ଔଷଧ ଯୋଗାଣ ଓ ରୋଗୀସେବା ପାଇଁ ଗୁରୁତ୍ୱାରୋପ ଦିଆଯାଇଛି।ବାଇକରେ ମେଡ଼ିକାଲ ଆସିଥିବା ଲୋକ ତହସିଲଦାର ଓ ଥାନା ଅଧିକାରୀ ଙ୍କ ଠାରୁ ଅନୁମତି ଆଣିବା ପାଇଁ ବାଧ୍ୟତା ମୂଳକ ଅଟେ।ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଲୋକମାନେ ଚାଲି ଚାଲି ଆସି ରାସନ ସାମଗ୍ରୀ ଓ ପନିପରିବା ସାମାଜିକ ଦୂରତ୍ୱ ରଖି କିଣିପାରିବେ।ସଟଡାଉନ ସମୟରେ ବାଇକ ଚଳାଚଳ ଓ ଅନ୍ୟ ସମସ୍ତ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ।ଏହି ସମୟରେ ଯିଏ ବାହାରେ ବୁଲିବ ତାକୁ ପୋଲିସ ଉଠାଇନେବ।ପୋଲିସ ପକ୍ଷରୁ ଗ୍ରାମାଂଚଳ ଓ ସହରରେ ପେଟ୍ରୋଲିଂ କଡାକଡି କରାଯିବ।ବୟସ୍କ ବ୍ୟକ୍ତି ବାହାରକୁ ବାହାରିବା ସମ୍ପୂର୍ଣ୍ଣ ମନା ଏବଂ ଯେଉଁମାନେ ବାହାରିବେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର କୁ ପଠାଯିବ।ଅତ୍ୟାବଶ୍ୟକ ସ୍ଥଳେ ବାହାରକୁ ବାହାରିବା ଲୋକ ମୁଁହକୁ ସମ୍ପୂର୍ଣ୍ଣ ଢ଼ାଙ୍କିବ ଏବଂ ଥଣ୍ଡା ଓ କାଶ ଆକ୍ରାନ୍ତ ବ୍ୟକ୍ତି ଘରେ ମୁଁହ କୁ ଘୋଡେଇ ରଖିବେ।ଯେଉଁମାନେ ଏହିସବୁ ନିୟମ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ ମହାମାରୀ ରୋଗ ନିୟମ ଉଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି।ଏଭଳି ପରିସ୍ଥିତିରେ ସମସ୍ତେ ଘରେ ସତର୍କ ଓ ସୁରକ୍ଷିତ ରହିବା ଜରୁରୀ ହୋଇପଡିଛି।

LEAVE A REPLY

Please enter your comment!
Please enter your name here