ଭଞ୍ଜନଗର ଏନ.ଏ. ସି ତରଫରୁ ଗାଈ ଗୋରୁ କୁ ଖାଦ୍ୟ ବଣ୍ଟନ

0
395

ଭଞ୍ଜନଗର(ନ୍ୟୁଜ ଏକ୍ସ ଟ୍ରା/ନିଲୁ ବିଶୋଇ): ସାରା ଭାରତ ରେ କରୋନା ଭଳି ମାରାତ୍ମକ ମହାମାରି ରୋଗ ରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ଯୋଗୁଁ ଦେଶରେ ଔଷଧ ଦୋକାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।ଯାହାଫଳରେ ଗରିବ, ଅସହାୟ ଲୋକ, ବାହାର ରାଜ୍ୟରୁ ଆସି ଫସି ରହିଥିବା ବେସାହାରା ଲୋକଙ୍କ ବ୍ୟତୀତ ଭଞ୍ଜନଗର ସହର ର ପଶୁପକ୍ଷୀ ମାନେ ମଧ୍ୟ ଖାଦ୍ୟ ପାଇପାରୁ ନାହାନ୍ତି। ଗତ କିଛି ଦିନହେଲା ଭଞ୍ଜନଗର ଏନ୍.ଏ.ସି ତରଫରୁ ସେହି ଅସହାୟ, ଗରିବ ଲୋକମାନଙ୍କୁ ରୋଷେଇ କରି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ଆଜି ଭଞ୍ଜନଗର ର ଗାଈ ଗୋରୁ ମାନଙ୍କୁ ପ୍ରଚୁର ପରିମାଣରେ ବାଇଗଣ, ଟମାଟ,ଭେଣ୍ଡି ଭଳି ପନିପରିବା ଖାଇବାକୁ ଦେଇଛନ୍ତି । ଏହି ପ୍ରକାର ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଏନ୍ ଏ ସି ର ସମସ୍ତ କର୍ମଚାରୀ ମାନଙ୍କୁ ସବୁବର୍ଗ ର ଲୋକେ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here