ଲଙ୍ଗଳେଶ୍ବର ଠାରେ ଅଜଣା ଗାଡ଼ି ଧକ୍କାରେ ଅଟୋ ଡ୍ରାଇଭର ମୃତ

0
472

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଲଙ୍ଗଳେଶ୍ବର ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅଟୋ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ ଭେଜିପୁଟ ଗ୍ରାମର ହୃଶିକେସ ସାହୁ ବୁଧବାର ମଧ୍ୟରାତ୍ରରେ ଏକ ପାସେଞ୍ଜର ଅଟୋ ନେଇ ବାଲୁଗାଁ ରୁ ନିଜ ଗ୍ରାମ ଭେଜିପୁଟ ଅଭିମୁଖେ ଆସୁଥିବା ସମୟରେ ଲଙ୍ଗଳେଶ୍ବର ନିକଟରେ ଏକ ଅଜଣା ଗାଡ଼ି ଅଟୋଟିକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚାଲିଯାଇଥିଲା । ଫଳରେ ଅଟୋରେ ଥିବା ହୃଶିକେସ ଗୁରୁତର ଆହତ ହୋଇଥିଲେ । ସେଠାରେ ଥିବା କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ହୃଶିଙ୍କ ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ଖବର ପାଇ ଆଜି ପୂର୍ବାହ୍ନରେ ଭେଜିପୁଟ ଫାଣ୍ତି ଅଧିକାରୀ ମନୋଜ କୁମାର ପ୍ରଧାନ ମେଡ଼ିକାଲରେ ପହଁଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଇଥିବା ସୂଚନା ମିଳିଛି । ସେପଟେ ମୃତକଙ୍କ ପରିବାର ପକ୍ଷରୁ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ଖଲ୍ଲିକୋଟ ଥାନା କେସ ନମ୍ବର ୪୫୯/୨୦୨୧ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ କରୁଥିବା ଭେଜିପୁଟ ଫାଣ୍ତି ଅଧିକାରୀ ସୂଚନା ଦେଇଛନ୍ତି ।ମୃତ ହୃଷିକେଶ ଭେଜିପୁଟ ଠାରେ ଏକ ଭଡାଘରେ ରହୁଥିଲେ ।ଘରେ ତାଙ୍କର ବିଧବା ମାଆ, ପତ୍ନୀ ଓ ଅଢେ଼ଇ ବର୍ଷ ବୟସ ର ଗୋଟିଏ ପୁଅ ।ତାଙ୍କ ପତ୍ନୀ ଏବେ ୬ ମାସ ର ଗର୍ଭବତୀ ଥିବା ସୂଚନା ମିଳିଛି ।ହୃଷିକେଶ ଅଟୋ ଚଲାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ ହୁଏ ।ଏଭଳି ସ୍ଥିତିରେ ହୃଷିକେଶ ଙ୍କ ମୃତ୍ୟୁ ତାଙ୍କ ପରିବାର କୁ ଦୁଃଖ ର ସାଗର ମଧ୍ୟ କୁ ଠେଲି ଦେଇଛି ।ନିଜର ଘର ଖଣ୍ଡିଏ ନ ଥିବା ରୁ ସେମାନେ ରହୁଥିବା ଘରର ଭଡା କେମିତି ଦେବେ ଓ ଖାଇବେ କଣ ସେହି ଚିନ୍ତା ରେ ପୁରା ପରିବାର ଭାଙ୍ଗି ପଡିଛନ୍ତି ।ତେଣୁ ସ୍ଥାନୀୟ ସରପଞ୍ଚ ଏଥିପ୍ରତି ଦୃଷ୍ଟି ଦେଇ ମୃତ ହୃଷିକେଶ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇଦେବା ସହ ବିଜୁ ପକ୍କା ଘର ଯୋଜନାରେ ଏକ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here