ଲକ୍ ଡ଼ାଉନ୍ ବେଳେ ବେସାହାରାଙ୍କୁ ଖାଦ୍ୟ ବଣ୍ଟନ କରିଲେ ଯୁବ ସାମ୍ବାଦିକ ; ସୋସିଆଲ ମିଡିଆ ଜରିଆରେ ଏଭଳି ବେସାହାରାଙ୍କୁ ସାହାଯ୍ୟ କରିବାକୁ ଦେଲେ ସନ୍ଦେଶ

0
614

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରା ଦେଶରେ କରୋନା ଭଳି ମହାମାରୀ ଜଟିଳ ରୂପ ନେଲାବେଳେ ଦେଶ ବ୍ୟାପି ଲକ୍ ଡ଼ାଉନ୍ ଜାରି କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଏଭଳି ପରିସ୍ଥିତିରେ ବାହାରେ ଯାଯାବର ଜୀବନ ଯାପନ କରୁଥିବା କିଛି ବେସାହାରା ସଠିକ ରୂପେ ଖାଦ୍ୟ ନ ପାଇ ଏଣେତେଣେ ଦୁଇ ମୁଠା ଖାଇବା ପାଇଁ ବୁଲୁଥିବା ବେଳେ ବ୍ରହ୍ମପୁରର ଯୁବ ସାମ୍ୱାଦିକ ଏମାନଙ୍କୁ ବୁଲିବୁଲି ଯଥା ସମ୍ଭବ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ତା କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।ପେସାରେ ଜଣେ ସାମ୍ବାଦିକ ହେଲେ ମଧ୍ୟ ନିଶାରେ ସମାଜସେବା ପ୍ରତି ମନ ବଳାଇଛନ୍ତି । ବ୍ରହ୍ମପୁର ସହର ନେହେରୁ ନଗର ନିବାସୀ ସତ୍ୟ ଚେତନ ପରିଡା । ଏହାସହ ବାହାରେ ବୁଲୁଥିବା ଗାଈ, କୁକୁର ଓ ଷଣ୍ଢ ଆଦିଙ୍କୁ ଖାଇବା ପାଇଁ ଦେଉଛନ୍ତି । ଏହାସହ ସେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଘରୁ ନ ବାହାରି ନିଜ ନିଜ ଘରେ ରିହିବା ସହ ଥିବା ବଳକା ଖାଦ୍ୟକୁ ନ ଫୋପାଡ଼ି ଏଭଳି ପରିସ୍ଥିତିରେ ଅସହାୟ ବ୍ୟକ୍ତି ଓ ପଶୁ, ପକ୍ଷୀଙ୍କୁ ଖାଇବା ଦେବାପାଇଁ ନିବେଦନ କରିଛନ୍ତି । ସତ୍ୟ ଚେତନ୍ ଙ୍କ ଏଭଳି କାର୍ଯ୍ୟକୁ ଦେଖି ଅନେକ ପ୍ରଶଂସା କରିବା ସହ କିଛି ଯୁବକ ସଂଘ ତାଙ୍କୁ ଫୋନ ମାଧ୍ୟମରେ ଆଗାମୀ ଲକ୍ ଡ଼ାଉନ୍ ଥିବାଯାଏ ତାଙ୍କ ସହ ମିଶି ଅଧିକରୁ ଅଧିକ ସାହାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି । ଏଭଳି କାର୍ଯ୍ୟ କରି ସୋସିଆଲ ମିଡିଆରେ ସେ ଭାଇରଲ ହୋଇଥିବା ସହ ପ୍ରଶଂସାର ପାତ୍ର ପାଲଟିଛନ୍ତି।

LEAVE A REPLY

Please enter your comment!
Please enter your name here