ଭଞ୍ଜନଗର ଏନ.ଏ. ସି ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା

0
626

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) : କୋରନା ଭୁତାଣୁ କୁ ନେଇ ପୁରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଯାହା ଫଳରେ ଲୋକ ମାନେ ଘରରୁ ନବାହାରି ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ପରିସ୍ଥିତି ସମୟରେ ଲୋକ ମାନେ ଯେମିତି ଖାଦ୍ୟ ସାମଗ୍ରୀ ପାଇଁବାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆ ଯାଇ ଭଞନଗର ଏନ.ଏ. ସି ତରଫରୁ ସମସ୍ତ ୱାଡ଼ର ଲୋକ ମାନଙ୍କ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ପନି ପରିବା, କ୍ଷୀର, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଘରେ ପହଞ୍ଚାଇବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସୁବିଧା ସୁଯୋଗ କେବଳ ଭଞ୍ଜନଗର ଏନ.ଏ ସି ର ୧୫ଟି ୱାଡ଼ ରେ ରହୁଥିବା ଲୋକ ମାନଙ୍କ ପାଇଁ କରାଯାଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here