ମହାନ୍ ସଂଘ ସଭାପତି ଙ୍କ ପିତୃ ବିୟୋଗରେ ଶୋକ ସଭା

0
276

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବିଶିଷ୍ଟ ସମାସେବୀ ତଥା ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଙ୍କ ପିତା ଅଚ୍ୟୁତ ରାମ ସାବତଙ୍କ ଗତ ଗୁରୁବାର ଦିନ ପରଲୋକ ଗମନ କରିଛନ୍ତି। ସ୍ୱର୍ଗତ ସାବତ ଙ୍କ ବିୟୋଗ ରେ ବିଭିନ୍ନ ମହଲ ରୁ ଶୋକ ପ୍ରକାଶ ସହ ଶୋକ ପ୍ରକାଶ କରାଯାଇଛି। ସ୍ୱର୍ଗତ ସାବତ ଜଣେ ମିଷ୍ଟଭାଷୀ, ସମାଜସେବୀ ଓ ଆଧ୍ୟାତ୍ମିକବାଦୀ ବ୍ୟକ୍ତି ଥିଲେ। ଗତକାଲି ସନ୍ତୋଷୀ ମା ମନ୍ଦିର ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ମହାନ୍ ସଂଘ ପକ୍ଷରୁ ଏକ ଶୋକ ସଭା ସମ୍ପାଦକ ହରିପ୍ରସାଦ ମାଳନା ଙ୍କ ସଭାପିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଞ୍ଜୟ ମାଝି, ଏସ୍ ପ୍ରକାଶ ପାତ୍ର, ଭୁବନେଶ୍ଵର ଚୌଧୁରୀ, ଭୀଷ୍ମ ଆଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ। ସେହିପରି ନୂଆଦିଲ୍ଲୀ ଆନ୍ତର୍ଜାତିୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ବିଶ୍ଵ ନିକେତନ, ରୋଟାରୀ କ୍ଲବ, ୱାଇଜ୍ ମେନ୍ କ୍ଲବ, ଲାୟାନସ୍ କ୍ଳବ, ସିଦ୍ଧି ବିନାୟକ ପୀଠ, ଶନିଶ୍ଚର ଧାମ, ମା ମହୁରୀ ଗଡ କାଳିଆ ପୀଠ, ଗଂଜାମ ପ୍ଲମ୍ବର୍ ଆସୋସିଏସନ ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସଦସ୍ୟା, ବହୁ ପ୍ରସାଶନିକ ପୋଲିସ ଅଧିକାରୀ, ରାଜନୈତିକ ବ୍ୟକ୍ତି, ଲେଖକ, କବି, ଆଇନଜୀବୀ, ଏବଂ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ସାବତ ଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here