“ଜନତା କର୍ଫ୍ୟୁ” କୁ ଗଞ୍ଜାମବାସୀଙ୍କ ସମର୍ଥନ l

0
580

କୋଦଳା (ନ୍ୟୁଜଏକ୍ସଟ୍ରା/ସୂର୍ଯ୍ୟ ନାରାୟଣ ଷଢଙ୍ଗୀ) : ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରେ “ଜନତା କର୍ଫ୍ୟୁ” ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନକୁ କୋଦଳା, ବେଗୁନିଆପଡା ସମେତ ଗଞ୍ଜାମବାସୀ ସ୍ୱାଗତ କରିବା ସହିତ ନିଜ ନିଜର ସହମତ ପ୍ରକାଶ କରିଛନ୍ତି l ସକାଳ ସାତ ଘଣ୍ଟରୁ ରାତ୍ର ନଅ’ ଘଣ୍ଟ ଯାଏଁ ନିଜକୁ ନିଜ ଉପରେ କର୍ଫ୍ୟୁ ଲଗାଇ ଘରେ ବନ୍ଦୀହୋଇ ରହିବାକୁ ଲୋକଙ୍କ ମନରେ ଉତ୍ସାହ ରହିଥିବା ପରିଲକ୍ଷିତ ହେଉଛି l ଆବଶ୍ୟକୀୟ ଜରୁରୀ ନଥିଲେ କେହି ପଦାକୁ ନବାହାରିବା ପାଇଁ ଅଞ୍ଚଳବାସୀ ସ୍ୱତଃ ନିଜର ଭାବନା ବ୍ୟକ୍ତ କରିଛନ୍ତି l କରୋନାକୁ ହରାଇବା ପାଇଁ ସତେ ଯେପରି ଲୋକମାନେ ଦୃଢ଼ମନା ହୋଇ ରହିଛନ୍ତି l ଗଞ୍ଜାମରେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ପଞ୍ଚାୟତ ପ୍ରଶାସନ ଯାଏଁ ଏଥିପାଇଁ ସମସ୍ତେ ତତ୍ପରତା ଦେଖାଉଛନ୍ତି l ଏହାର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପକ୍ଷରୁ ହୋଇଥିବା ନିର୍ଦେଶକୁ ପାଳନ କରିବା ପାଇଁ ପ୍ରଶାସନ ସତର୍କ ରହିଛି l ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି l ଆଜି ବ୍ରହ୍ମପୁରରେ କିଛି ଆଇନୀ ଖିଲାପକାରୀଙ୍କୁ ଦଣ୍ଡିତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ l

LEAVE A REPLY

Please enter your comment!
Please enter your name here