ଗାଁ ପିଲାଙ୍କ ଗହଣରେ ରଜପର୍ବ ପାଳନ କଲା ସ୍ବେଛାସେବୀ ସଂଗଠନ ବିପଦରବନ୍ଧୁ

0
241

ଭଞ୍ଜନଗର : ସ୍ବେଛାସେବୀ ସଂଘଠନ ବିପଦରବନ୍ଧୁ ପକ୍ଷରୁ ଆଜି ନିଆରା ଢଙ୍ଗରେ ରଜ ପର୍ବ ପାଳିତ ହୋଇଛି । ସଂଘଠନ ର ତିରିଶ ରୁ ଉର୍ଦ୍ଧ୍ବ ଯୁବକ ଆଜି ପୂର୍ବ ପ୍ରସ୍ତୁତି କ୍ରମେ କୁଡୁତାଇ ପଞ୍ଚାୟତର ଉପାନ୍ତ ଗ୍ରାମ ବଣିଆପଲ୍ଲୀ ପହଁଞ୍ଚିଥିଲେ । ଗାଁ ପିଲାଙ୍କୁ ଏକାଠିକରି ନାଚ, ଗୀତ, ବିଭିନ୍ନ ପ୍ରକାର ଖେଳ ଆଦି କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସୁସଜ୍ଜିତ ଦୋଳି ଖେଳ ସାଙ୍ଗକୁ ପିଲାଙ୍କ ପ୍ରତିଯୋଗିତାରେ ନିଶ୍ଚଳ ଗାଁ ପରିବେଶ ଚଳଚଞ୍ଚଳ ହୋଇଉଠିଲା। ସଂଘର ସଦସ୍ୟ ବିଶାଲ ଭାଇଙ୍କ ଜନ୍ମ ଦିନ ଥିବା ରୁ ଉପସ୍ଥିତ ପିଲାଙ୍କ ଗହଣରେ କେକ୍ କଟିଙ୍ଗ କରାଯାଇଥିଲା । ଉପସ୍ଥିତ ପିଲାଙ୍କ ମଧ୍ୟରେ ପାଠ୍ୟ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା । ଶେଷରେ ଭଞ୍ଜ ଅଧିଷ୍ଠାତ୍ରୀ ମା କନ୍ଧୁଣି ଦେବୀ ଙ୍କ ପୀଠରେ ପ୍ରସ୍ତୁତ ଅନ୍ନପ୍ରସାଦ କୁ ସମୂହ ଏକାଠି ବସି ସେବନ କରିଥିଲେ । ବିପଦର ବନ୍ଧୁ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଦୁଃଖି , ଅନାଥ, ଅସହାୟ ମାନଙ୍କ ପାଖରେ ପଂହଁଚି ସେବା ପ୍ରଦାନ କରି ଯୁବକ ମାନେ ନୂତନ ପରିଚୟ ସୃଷ୍ଟି କରିଥିବା ବେଳେ ଏଭଳି ଏକ ପ୍ରୟାସ କରି ଗ୍ରାମାଞ୍ଚଳ ପିଲାଙ୍କ ମୁଂହରେ ହସ ଫୁଟାଇ ଥିବା ଦେଖିବାକୁ ମିଳିଥିଲା । ସଂଗଠନ ର ଏଭଳି ପ୍ରୟାସକୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିଛନ୍ତି । ସ୍ବେଚ୍ଛାସେବୀ ଅରକ୍ଷିତ ପରିଛା ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ କାଯ୍ୟ ଟି ପରିଚାଳିତ ହୋଇଥିବା ବେଳେ ସଂଘଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here