ଯୋଗୀମାରି ପ୍ରାଥମିକ ବିଦ୍ୟାଳୟରେ ନୋ ବ୍ୟାଗ ଡେ କାର୍ଯ୍ୟକ୍ରମ ପାଳିତ ।

0
667

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାନକୋଦଣ୍ଡା ଗ୍ରାମ ପଂଚାୟତର ଯୋଗୀମାରି ପ୍ରାଥମିକ ସ୍କୁଲରେ ଆଜି ନୋ ବ୍ୟାଗ୍ ଡେ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାନକୋଦଣ୍ଡା କ୍ଲସ୍ଟର ସି ଆର ସି ଶ୍ରୀ ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷ ରେ ସି ଆର ସି ମୁଖ୍ୟ ନିଜ ଅବିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଯେ ବିନା ବ୍ୟାଗରେ ଗୋଟିଏ ଦିନ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ । ଶନିବାର ଦିନକୁ ନୋ ବ୍ୟାଗ ଡ଼େ ଭାବରେ ପାଳନ କରାଯିବ ବୋଲି ଘୋଷଣା ହୋଇଛି। ଫଳରେ ସପ୍ତାହର ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍ ବୋହିବାରୁ ମୁକ୍ତି ମିଳିବ। ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି। ପୁରାତନ ଯୁଗରେ ଯେଉଁସବୁ ଜ୍ଞାନ ଗୁରୁକୂଳରେ ଶିକ୍ଷା ଦଆଯାଉଥିଲା ଏବେ ସେହିସବୁ ସ୍କୁଲରେ ମିଳିବ।ଓ ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here