ଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୋତ୍ସବ l

0
563

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡଳl ଠାରେ ଦିବ୍ୟ ଜନନୀ ଶ୍ରୀମା ଓ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଅରବିନ୍ଦ ପାଠଚକ୍ର ଗଞ୍ଜାମ ଜିଲ୍ଲା ସଂଗଠକ ଲକ୍ଷ୍ମୀ ଚରଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ସୁବଳ ସାହୁ, ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ଆବାହକ ଶଶଧର ବେହେରା, ସମ୍ମାନିତ ବକ୍ତା ଭାବେ ଶିବରାମ ପଣ୍ଡା, ସୁଶ୍ରୀ ଲକ୍ଷ୍ମୀବାଈ ଦଳାଇ, ସୁଶ୍ରୀ ଗୀତାରାଣୀ ସେନାପତି ପ୍ରମୁଖ ଉପସ୍ଥିତ ରହି ‘ ମାତୃକାର୍ଯ୍ୟ ଏକ ଅଦ୍ୱିତୀୟ ଓ ଅଭିନବ କାର୍ଯ୍ୟ’ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ ଜେନା ଓ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here