କାଳିମେଘି-ଜାଗିଲିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ l

0
586

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର କାଳିମେଘି-ଜାଗିଲିପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସରପଞ୍ଚ ମମତା ପୋଲାଇ ମୁଖ୍ୟ ଅତିଥି ଏବଂ ଶିକ୍ଷକ ସୌଭାଗ୍ୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଗଠନ ମୂଳକ ଭବିଷ୍ୟତ ନିର୍ମାଣରେ ବ୍ରତୀ ରହିବା ପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ଉଦବୋଧନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ଭଗବାନ ପୋଲାଇ, ୱାର୍ଡମେମ୍ବର ମାଗତା ପୋଲାଇ ଆଦି ସାମ୍ନାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ନିଜ ନିଜ ବକ୍ତବ୍ୟରେ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ l ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ପରିଚାଳନା କମିଟି ମେମ୍ବର, ଛାତ୍ରଛାତ୍ରୀ ସମେତ କାଳିମେଘି ପଞ୍ଚାୟତବାସୀ ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here