ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ମଞ୍ଜି ରୋପଣ

0
562

ବ୍ରହ୍ମପୁର (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) ଆଦ୍ୟ ତା ୧୮/୦୭/୨୦୧୯ ରିଖ ଗୁରୁବିର ପୂର୍ବାହ୍ନ ୬:୦୦ ସମୟରେ ବ୍ରହ୍ମପୁର ସହର ଉପକଣ୍ଠ ଗୁଣ୍ଠବନ୍ଧ ଗ୍ରାମ ନିକଟସ୍ଥ ଚନ୍ଦନିଆ ପାହାଡରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ପ୍ରାୟ କୋଡିଏ ହଜାର ବିଭିନ୍ନ କିସମ ବୃକ୍ଷ ଯଥା ତେନ୍ତୁଳି, ବାଉଁଶ, ଚାକୁଣ୍ଡା,ପଣସ,କୃଷ୍ଣ ଚୂଡା,ରାଧା ଚୂଡା ଆଦି ମଞ୍ଜି ରୋପଣ କରାଯାଇଛି, ପ୍ରକାଶ ଥାଉକି ପୂର୍ବରୁ ଏହି ପାହାଡରେ ଭାଲୁ , ମୟୂର , ଗୋଧି ,ସରୀସୃପ ସମେତ ଅନେକ ବନ୍ୟଜନ୍ତୁର ବାସସ୍ଥଳୀ ଥିଲା ,ମନୁଷ୍ୟକୃତ ବିପର୍ଯ୍ୟୟ କାରଣରୁ ବର୍ତ୍ତମାନ ଏମାନେ ବିଲୁପ୍ତ ଦ୍ବାର ଦେଶରେ ଏବଂ ଜନବସତି ମୁହାଁ । ବର୍ତ୍ତମାନ ଏମାନଙ୍କ ସୁରକ୍ଷା ଆମ ହାତରେ । ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଧିର ରାଉତଙ୍କ ନେତୃତ୍ବରେ ପ୍ରାୟ କୋଡିଏ ରୁ ଉର୍ଦ୍ଧ୍ବ ପ୍ରକୃତି ପ୍ରେମୀ ବନ୍ଧୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏଭଳି କାର୍ଯ୍ୟକ୍ରମ ନର୍ମଦା ନଦୀର ଅବବାହିକା , ଅମରକଣ୍ଟକ ଆଦି ସ୍ଥାନରେ ସଫଳ ରୂପାୟନ ହୋଇଛି । ଏହି କାର୍ଯ୍ୟକ୍ରମରେ ଶ୍ୟାମ ସୁନ୍ଦର ଖାଡଙ୍ଗା,ସୁଶାନ୍ତ ମହାନ୍ତି, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝି, ରାକେଶ ବିଷୋୟୀ, ଧର୍ମରାଜ ପାତ୍ର, ସଞ୍ଜୟ ପାତ୍ର, ବିକାଶ ବିଷୋୟୀ,ଲିଙ୍ଗରାଜ ଆଚାରୀ, ବ୍ରହ୍ମପୁର ସବୁଜ ବାହିନୀର ସଂପାଦକ ଏମ୍ ଦିଲ୍ଲିପ୍ କୁମାର, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶୀବେହେରା, ପ୍ରକାଶ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here