ରସ ଫୌଣ୍ଡସନ ତରଫରୁ ୩ୟ ଓପେନ ଚେସ ଚାମ୍ପିଆନସିପ୍ ଉଦଯାପିତ

0
591

ଵ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର): ନିଉ ଡ଼ିପଲ ସ୍କୁଲ ଆନୁକୂଲ୍ୟରେ ରସ ଫାଉଣ୍ଡେସନ ତରଫରୁ ୩ୟ ଓପେନ ଚେସ ଚାମ୍ପିଆନସିପ୍ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧ୍ୟାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ ଏବଂ ଅତିଥି ରୂପେ ଡକ୍ଟର ମଞ୍ଜୁ ପ୍ରଭା ଦାସ,ନିଉ ଡ଼ିପଲ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅଜୟ ବସ୍ତରାଇ ଯୋଗ ଦେଇ ପ୍ରତିଯୋଗିତାର ଶୁଭ ଆରମ୍ଭ କରିଥିଲେ । ଏହି ପ୍ରତିଯୋଗୀତା ରେ ପ୍ରାୟ ୧୪୦ଜଣ ଖେଳାଳୀ ଭାଗ ନେଇଥିବା ବେଳେ ପ୍ରଥମ ଦିନରେ ୩ଟି ରାଉଣ୍ଡ ଏବଂସୋମବାର ଦିନ ବାକି ୪ଟି ରାଉଣ୍ଡ ହୋଇଥିଲା । ସୋମବାର ଦିନ ଉଦଯାପନି କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତୀଥି ରୂପେ ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ମୁଖ୍ୟ ପ୍ରଫେସର ଭାଗିରଥି ପାଣିଗ୍ରାହୀ ଓ ଅତିଥି ଋୂପେ ବ୍ରହ୍ମପୁର କୀଟ୍ ଇଂଜିନିୟରିଂ କଲେଜର ମୁଖ୍ୟ ପ୍ରଫେସର ଅନିଲ ପାତ୍ର,ସାହା ଏନଜିଓର ମୁଖ୍ୟ ଲୀନ ଚାନ୍ଦ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ସିନିୟର ବିଭାଗ ଚେସରେ ପ୍ରଥମ ହୋଇଥିଲେ ଲାଲବିହାରି ବେହେରା,ଜୁନିୟର ବିଭାଗରେ ପ୍ରଥମ ହେଇଥିଲେ ଆଦିତ୍ୟ ରାଜ ବେହେରା,ଉତ୍ତମ ମହିଳା ଚେସ ଖେଳାଳୀ ରୂପେ ରଶ୍ମିତା ପାତ୍ର ପୁରସ୍କୃତ ହେଇଥିଲେ । ଏହି ଚେସ ପ୍ରତିଯୋଗୀତରେ ରସ ଫାଉଣ୍ଡେସନ ଅଧ୍ୟକ୍ଷ ସୁପ୍ରଭା ଦାସ ,ସମ୍ପାଦକ ଚିନ୍ମୟ ହୋତା, ସହ ଅଧ୍ୟକ୍ଷ ସସିତ ସାହୁ ,ରଞ୍ଜିତା ପାଣିଗ୍ରାହୀ ଚେସ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏଥିରେ ଫାଉଣ୍ଡେସନର ସଦସ୍ୟ ଅନିଲ,ମନୋଜ,ବିଭୁତି ଭୂଷଣ ମହାପାତ୍ର, ଟିକିନା ,ମିଥୁନ, ଶାସିକାନ୍ତ, ରଜତ,ଅନନ୍ଦ ସହଯୋଗ କରି ପ୍ରତିଯୋଗୀତାକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here