ଜନ ପ୍ରତିନିଧିଙ୍କ ଗୁଣ୍ଡାରାଜ

0
527

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁର) :ସାଧାରଣତଃ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସମସ୍ତଙ୍କ ସାହାଯ୍ୟର ଆବଶ୍ୟକତା ପଡିଥାଏ l ବିଶେଷ କରି ସ୍ଥାନୀୟ ଜନ ପ୍ରତିନିଧି ମାନେ ନିଜ ଅଂଚଳର ଉନ୍ନତି ପାଇଁ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ନେତା ମାନଙ୍କ ଠାରେ ଲବି କରିବା ଦେଖାଯାଏ l କିନ୍ତୁ ‘ବାଡ଼’ ଯଦି ଫସଲ ଖାଏ ତା’ହେଲେ ଜଗିବ କିଏ? ଏମିତି କିଛି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତରେ l ଏଠି ଜଣେ ସ୍ଥାନୀୟ ଜନ ପ୍ରତିନିଧି ଉନ୍ନୟନ ମୂଳକ କାର୍ଯ୍ୟରେ କଣ୍ଟା ସାଜିବା ସହ ଅଶ୍ଳୀଳ ଆଚରଣ କରିବା ନେଇ ଆଉ ଜଣେ ଜନ ପ୍ରତିନିଧି ବାଲିପଦର ଥାନାରେ ଏତଲା ଦେଇ ସମାଧାନ ପାଇଁ ଅଭିଯୋଗ କରିଛନ୍ତି l ଅଭିଯୋଗ ପ୍ରକାରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଥାନା ଅଧିନସ୍ଥ ଅରଖପୁର ପଞ୍ଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଗତ ୨୧/୦୧/୨୦ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ଜେଇ, ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ ଉପାଧ୍ୟକ୍ଷ ଏକ ବୈଠକରେ ବସି ନିଷ୍ପତ୍ତି ନେଇ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ ଉପରେ କାର୍ଯ୍ୟଭାର ନ୍ୟସ୍ତ କରାଗଲା l ଉପାଧ୍ୟକ୍ଷ ଟୁକୁନା କିଛି ଶ୍ରମିକ ମାନଙ୍କୁ ନେଇ ଗତ ୩୦/୦୧/ ରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ସରପଞ୍ଚ ମଙ୍ଗଳା ଚରଣ ସେଠୀ ଆସି ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜଣଙ୍କୁ ମାଡ ମାରିଥିଲେ l ଉକ୍ତ କାର୍ଯ୍ୟର ସମୀକ୍ଷା କରିବା ପାଇଁ ବିଡିଓ, ଏଇ, ଜେଇ ଆଦି ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ଅସମ୍ନାନ କରିବାରୁ ସେମାନେ ଚାଲିଯାଇଥିଲେ l ଗ୍ରାମର କିଛି ଭଦ୍ରବ୍ୟକ୍ତି ଆସି ବୁଝାସୁଝା କରିବାପରେ ସେମାନଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l ଏନେଇ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ ବାଲିପଦର ଥାନାରେ ସରପଞ୍ଚ ମଙ୍ଗଳା ଚରଣ ସେଠୀଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here