ମାଛ ବୋଝେଇ ଅଟୋ ଦୁର୍ଘଟଣା ଗ୍ରସ୍ତ, ଅଟୋ ଧକ୍କାରେ ଜଣେ ମହିଳା ମୃତ, ଡ୍ରାଇଭର ଆହତ l

0
693

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଆଜି ଅପରାହ୍ନ ତିନି ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ମୁଖ୍ୟ ରାସ୍ତାରେ ଏକ ମାଛ ବୋଝେଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ମହିଳାଙ୍କ ମୃତ ଘଟିଵା ସହ ଅଟୋ ଡ୍ରାଇଭର ଆହତ ହୋଇଛି l l ମୃତ ମହିଳା ଜଣଙ୍କ ହେଲେ କଞ୍ଚଣା ଗ୍ରାମର କୁମର ବେହେରାଙ୍କ ସ୍ତ୍ରୀ ବାସନ୍ତୀ ବେହେରା (୪୫) l ସୂଚନା ଅନୁଯାୟୀ ମାଛ ବୋଝେଇ ଅଟୋଟି ବାଲୁଗାଁ ଠାରୁ ମାଛ ଲୋଡ଼ କରି ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଭୁବନେଶ୍ୱର -ଆସ୍କା ମୁଖ୍ୟ ରାସ୍ତାର କଞ୍ଚଣା ଠାରେ ମହିଳା ଜଣଙ୍କ ରାସ୍ତା ଅତିକ୍ରମ କରୁଥିବା ବେଳେ ଅଟୋଟି ନିୟନ୍ତ୍ରଣ ହରାଇ ମହିଳାଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା l ତୁରନ୍ତ ଦୁହିଁଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଅଟୋଟିକୁ ଜବତ କରିଵା ସହ ଯାଞ୍ଚ କରୁଛି l ଡ୍ରାଇଭରର ଚିକିତ୍ସା ଚାଲିଛି l

LEAVE A REPLY

Please enter your comment!
Please enter your name here