ହାଇକୋର୍ଟର ବିଚାରପତି ହେଲେ ବିଭୁପ୍ରସାଦ ରାଉତରାୟ

0
605

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନ୍ୟାୟିକ ଅଧିକାରୀ (ଜୁଡିସିଆଲ୍ ଅଫିସର) ବିଭୁ ପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ଏସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟଙ୍କ କଲେଜିୟମ ଓଡ଼ିଶା ହାଇକୋର୍ଟରେ ନୂତନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିବାକୁ ନ୍ୟାୟିକ ଅଧିକାରୀ (ଜୁଡିସିଆଲ୍ ଅଫିସର) ବିଭୁ ପ୍ରସାଦ ରାଉତରାୟ ଓ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନାମ ଗତ ଅକ୍ଟୋବର ୩ ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ତେବେ, ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ନୂତନ ବିଚାରପତି ଭାବେ ନ୍ୟାୟିକ ଅଧିକାରୀ (ଜୁଡିସିଆଲ୍ ଅଫିସର) ବିଭୁ ପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here