୫ମ ପଞାୟତ ସମିତି ବୈଠକ ଅନୁଷ୍ଟିତ। ଅଫିସର କହିଲେ ଜନପ୍ରତିନିଧି ଶୁଣିଲେ।

0
617

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୁକୁଡାଖଣ୍ଡି ବ୍ଲକ ର ନୂତନ ସମ୍ମୀଳନୀ କଷରେ ନୂତନ ଭାବେ ଗଠିତ ହୋଇଥିବା ପଞାୟତ ସମିତି ର ୫ମ ଅଧିବେଶନ ଅନୁଷ୍ଟିତ ହୋଇଯାଇଛି।ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଟିତ ବୈଠକ ରେ ବ୍ଲକ ଅଧ୍ୟକ୍ଷ କାମାଷା ପ୍ରସାଦ ପାତ୍ର,ଉପାଧଷା ଲଷ୍ମୀପ୍ରିୟା ସାହୁ,ତହସିଲଦାର ସୁବାଶ ରଇତ ,ସିଡିପିଓ ସଂଗିତା ପାତ୍ର ପ୍ରମୁଖ ମଞାସିନ ଥିଲେ।ପଞାୟତ ନିବାଚନ ପରଠୁ ବୈଠକ ହୋଇନଥିବାରୁ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କିନ୍ତୁ ବୈଠକରେ ଆଜି ସମସ୍ତ ଜନପ୍ରତିନିଧି ନିରବଦ୍ରଷ୍ଟା ସାଜିଥିଲେ,ଯାହାକି ସମିତି ବୈଠକ ଇତିହାସରେ ପ୍ରଥମ ।କୈଣସି ବି ଜନପ୍ରତିନିଧି କିଛି ଅଭିଯୋଗ ନଥିବା ଦଶାଇଥିଲେ କିନ୍ତୁ ପାଇଖାନା ବିଲ ହେଉନଥିବା ଏବଂ ବେଆଇନ ପଥର କୁଆରି ବନ୍ଦ କରିବାକୁ ଖାଲି ଦାବି କରିଥିଲେ।ବିଡିଓ ,ଏଇ ବ୍ଲକ କୁ ଆସୁଥିବା ବିଭିନ୍ନ ଯୋଜନା ଓ ଏହାର କାଯ୍ୟକାରୀ କିପରି ହୋଇପାରିବ ସେନେଇ ଥିବା ସମସ୍ତ ନିୟମାବଳୀ ଉପରେ ବୁଝାଇଥିଲେ,କୈଣସି କିଛି ଅସୁବିଧା ଥିଲେ ବିଡିଓ ଓ ବ୍ଲକ ଅଧ୍ୟକ୍ଷ ଙ୍କୁ ଜଣାଇବାକୁ ସମସ୍ତ ଜନପ୍ରତିନିଧି ମତବ୍ୟକ୍ତ କରିଥିଲେ ଅନ୍ୟପଷେ ତହସିଲଦାର “ମୋଗାଁରେ ତହସିଲ “କାଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ସହ ଲୋକକୁଂ ତୁରନ୍ତ ପଟା ପ୍ରଦାନରେ ସଂପୂଣ୍ନ ସହଯୋଗ କରିବାକୁ ନିବେଦନ କରିଥିଲେ।ସିଡିପିଓ ଆଇସିଡିଏସ ର ସଫଳତା ବଖାଣିଥିଲେ।ସମସ୍ତ ଅଫିସର ନିଜନିଜ ସଫଳତା କହିଥିଲେ ମଧ୍ୟ କୈଣସି ଜନପ୍ରତିନିଧି କିଛି ଅଭିଯୋଗ କରିନଥିଲେ ବ୍ଲକରେ ସମସ୍ତ ସରରାରୀ କାଯ୍ୟ ସୁରୁଖୁରୁ ଚାଲୁଥିବା ମତବ୍ୟକ୍ତ କରିଥିଲେ।ବୈଠକରେ ପିସି ପ୍ରସଗଂ ଉଠିବା ଜାଣି କୈଣସି ବି କନିଷ୍ଟଯନ୍ତୀ ଯୋଗଦେଇନଥିବାରୁ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ ।ବୈଠକେରେ ଏମଆଇ ପ୍ରଶାନ୍ତ ରାଓ ,ସମିତିସଭ୍ୟ ନିରଞନ ମହାନ୍ତି ,ପ୍ରଦିପ ମଲାଣ,ବସନ୍ତ ସାହୁ,ବିଷ୍ନୁପ୍ରିୟା ପାତ୍ର,ସନ୍ତୋଷ ଚୌଧୁରୀ ,ରଘୁପାତ୍ର,ଦିଲ୍ଲୀପପାତ୍ର,ଏଲ.ମୋହନ ଦାସ, ସଶ୍ମିତା ପଣ୍ଡା,ସାରଥି ଗୌଡ ,ନରସିଂହସାହୁ କଂ ସହ ସମସ୍ତ ସରପଞ,ସମିତିସଭ୍ୟ,ଜିଲ୍ଲାପରିଷଦ,ବନବିଭାଗ,ପଶୁ ବିଭାଗ ର କମକତ୍ତା ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here