ମହିଳା କମିଶନ ଅଫିସ ଘେରିଲା ବିଜେପି ମହିଳା ମୋର୍ଚ୍ଚା

0
802

ଭୁବନେଶ୍ୱର : ପି.ଇ.ଓ ସ୍ମିତାରାଣି ବିଶ୍ୱାଳ ହତ୍ୟା ଘଟଣାର ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚା ଆଜି ରାଜ୍ୟ ମହିଳା କମିଶନ ଅଫିସ ଘେରିଛି । ହଜାର ହଜାର ସଂଖ୍ୟାରେ ମହିଳା ମୋର୍ଚ୍ଚାର କର୍ମୀ ମାନେ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ତୋଶାଳି ପ୍ଲାଜା ସ୍ଥିତ ମହିଳା କମିଶନ ଅଫିସ ଆଡକୁ ଏକ ବିରାଟ ଶୋଭାଯାତ୍ରାରେ ଯାଇଁ ଅଫିସ ଭିତରେ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ ଏବଂ ମହିଳା କମିଶନଙ୍କ ଇସ୍ତଫା ଦାବି କରିଥିଲେ । ଜଣେ ମହିଳା ସରକାରୀ କର୍ମଚାରୀଙ୍କ ହତ୍ୟା ଘଟଣାରେ ମହିଳା କମିଶନ ତଦନ୍ତ ନକରି ହତ୍ୟାକରୀ ତଥା ଅଭିଯୁକ୍ତ ସରପଂଚଙ୍କୁ ଘଣ୍ଟ ଘୋଡାଉଥିବା ସେମାନେ ଅଭିଯୋଗ କରିଥିଲେ । ମହିଳା କମିଶନ ଆଦୌ ଘଟଣା ସ୍ଥଳକୁ ନଯାଇଁ ସରକାରଙ୍କୁ ବଂଚାଇବା ପାଇଁ ଏକ ମିଥ୍ୟା ରିପୋର୍ଟ ଦେଇଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ଏହି ଘେରଉ କାର୍ଯ୍ୟକ୍ରମ ପାଇଁ ମହିଳା କମିଶନ ଅଫିସରେ ବ୍ୟାପକ ପୋଲିସ ବନ୍ଦବୋସ୍ତ କରାଯାଇ ଥିଲା ଏବଂ ମହିଳା ମାନଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ ହୋଇଥିଲା ।ଏହାର ପ୍ରତିବାଦରେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା କହିଛନ୍ତି ଯେ ସେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି । ସେ ପୋଲିସ ତଦନ୍ତରେ ନିଜେ ସନ୍ତୁଷ୍ଟ ହୋଇନଥିବାରୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ମହିଳା କମିଶନ ପକ୍ଷରୁ ନିଜେ ପୋଲିସ ଡି.ଜିଙ୍କୁ ପତ୍ର ଲେଖିଛନ୍ତି । ତଦନ୍ତ ଶେଷ ନହୋଇଥିବା ଦୃଷ୍ଟିରୁ ତାଙ୍କର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ

LEAVE A REPLY

Please enter your comment!
Please enter your name here