ପୁଲିସର କୋଦଳା ଓ ବେଗୁନିଆପଡା ଅଂଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରି l

0
747

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୋଦଳା ଥାନା ପକ୍ଷରୁ କୋଦଳା ଓ ବେଗୁନିଆପଡା ଅଂଚଳରେ ଜୁଆ ଅଡ୍ଡା ଉପରେ ଚଢ଼ାଉ ଜାରି ରହିଛି l କୁମାର ପୁର୍ଣିମା ଆଗକୁ ଥିବାବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ଟିକନିଖ ଯାଞ୍ଚ ଚାଲିଛି l ସାଧାରଣତଃ ସଞ୍ଜ ନଇଁଲେ କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ବେଧଡ଼କ ଭାବେ ଚାଲେ ଜୁଆ ଆଡ୍ଡାର ପସରା l କୁମାର ପୂର୍ଣ୍ଣିମାକୁ ଆଖି ଆଗରେ ରଖି ପଶା ବା ଜୁଆ ବେପାରୀମାନେ ଆଡ୍ଡା କରିବାକୁ ସ୍ଥିର କରିଥାନ୍ତି l ଯାହାଫଳରେ ସହରକୁ ବିଶୃଙ୍ଖଳା ସୃଷ୍ଟି କରିବାରେ ବେଶ ଭୂମିକା ରହିଥାଏ l ନିଶାଖୋର ଏବଂ ନିଶା ବେପାରୀଙ୍କ ଆଡ୍ଡା ଜମିବାକୁ ଲାଗେ l ତା ସହିତ ଅନୌତିକ କାର୍ଯ୍ୟକଳାପ ବଢିଚାଲେ l ଜୁଆ ବା ପଶା ଖେଳ ସହରର କେତେକ ଅନ୍ଧାରିଆ ସ୍ଥାନ ମାନଙ୍କରେ ଚାଲେ l ଏସବୁକୁ ଦୃଷ୍ଟିରେ ରଖି ପୁଲିସ ରାତିଦିନ ଏକ କରିଦେଇଛି l ପୁଲିସ ଭୟରେ କୌଣସି ବଡଧରଣର ଜୁଆ ଅଡ୍ଡା ଚଳେଇବାକୁ ଜୁଆଦିଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଲାଣି l ପୁଲିସର ଏତାଦୃଶ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l

LEAVE A REPLY

Please enter your comment!
Please enter your name here