ସୁରଭି ତରଫରୁ ରଜ ସୁନ୍ଦରୀ କାର୍ଯକ୍ରମ

0
206

ବ୍ରହ୍ମପୁର : ସୁରଭି ପ୍ରଗତିଶୀଳ ଅନୁଷ୍ଠାନ ତରଫରୁ ” କିଏ ହବ ରଜ ସୁନ୍ଦରୀ” ନାମରେ ଟାଟା ବେଞ୍ଜ ନିକଟସ୍ଥ କେ ସି ପବ୍ଲିକ ସ୍କୁଲରେ ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ରେ ମୂଖ୍ୟ ଅତିଥି ରୂପେ ବିଶ୍ଵ ସ୍ତରରେ ସୁନାମ ଅର୍ଜନ କରିଥିବା ଶକ୍ତି ଉତୋଳନ କାରି ରଂଜିତା ମିଶ୍ର ଯୋଗ ଦେଇ ଥିବା ବେଳେ ତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ସଭାନେତ୍ରୀ ଉଷା ରାଣୀ ପଟ୍ଟନାୟକ ଏବଂ ସମ୍ପାଦିକା ପୁଷ୍ପାଞ୍ଜଳି ମହାପାତ୍ର ସମସ୍ତ କାର୍ଯ୍ୟକ୍ରମ ର ଦାୟିତ୍ୱ ଗ୍ରହଣ କରିଥିଲେ.। ରଜ ସୁନ୍ଦରୀ ବିଜେତା ହୋଇଥିଲେ ହଳଦିଆ ପଦର ବାସିନ୍ଦା ଦିପ୍ତି ପାତ୍ର ଓ ଉପ ବିଜେତା ଭାବେ ବବିତା ମହାରଣା କୃତିତ୍ବ ଅର୍ଜନ କରି ପୁରସ୍କୃତ ହୋଇଥିଲେ।ଏହି ରଜ ସୁନ୍ଦରୀ ପ୍ରୋଗ୍ରାମ ରେ ମେକଅପ୍, ଶାଢ଼ୀ ଭାଙ୍ଗିବା , ବଲ୍ ଫିଙ୍ଗା, ରୋଷେଇ , ପ୍ରଶ୍ନ ଉତ୍ତର ଏବଂ ଅନ୍ୟ ଖେଳ ଇତ୍ୟାଦି କରାଯାଇଥିଲା. ଏଥିରେ ସମସ୍ତ ସୁରଭି ମେମ୍ବର ମାନେ ସାହାଯ୍ୟ ସହଯୋଗ କରିଥିଲେ. ।ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ଏକ ଭଜନ ଗାନ କରିଥିଲେ। ପ୍ରଥମେ ଗୋଷାଣୀ ନୁଆ ଗ୍ରାମ କେ ସି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଯୋଗ ଦେଇ ପ୍ରତି ଯୋଗିତା ର ଶୁଭାରମ୍ଭ କରି ଥିଲେ ।ରଶ୍ମିତା ଦଳେଇ , ଶ୍ରଦ୍ଧାଞ୍ଜଳୀ ପାଢ଼ୀ, ପ୍ରଣବ ପଣ୍ଡା, ଓ ଗାୟତ୍ରୀ ପଣ୍ଡା ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟା ଏହି ଅବସରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here