ବେପରୁଆ ଗାଡି ଚଳାଇ ଦୁର୍ଘଟଣାର ଶିକାର

0
732

ଜି.ଉଦୟଗିରି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ଢଙ୍ଗରେ କିଛି ଗାଡି ଚାଳକ ଦୃତ ଗତିରେ ଗାଡି ଚଲାଇ ଦୁର୍ଘଟଣାର ଶିକାର ହେବାର ବର୍ତ୍ତମାନ ମଧ୍ୟ ଦେଖାଦେଉଛି।ସରକାର ଯେତେ ସଚେତନା କଲେ ମଧ୍ୟ କେତକ ଗାଡି ଚାଳକ ସୁଧୁରୁନଥିବା ଯୋଗୁଁ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଜି.ଉଦୟଗିରି ପଦାସାହି ମୂଖ୍ୟ ରାସ୍ତାରେ ଏକ ଦୁର୍ଘଟଣା ଘଟି ଯାଇଛି।ସୁଚନାନୁସାରେ ଏକ ବୋଲର ପିକଅପ୍ (ଓଡି-୦୫ ଏବି ୬୦୭୬) କୋବି ବୋଝେଇ ଗାଡି ରାଇକିଆରୁ ଆଠଗଡ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ମାରୁତି କାର(ଓଡି-୩୩ ଭି ୫୨୦୫) ମଧ୍ୟରେ ପଦାସାହି ମୂଖ୍ୟ ରାସ୍ତାରେ ମୁହାଁମୁହିଁ ଧକ୍କା ହେବା ଫଳରେ ମାରୁତି କାରଟି ରାସ୍ତା ତଳକୁ ଖସିଯାଇଥିଲାା।ଦୁର୍ଘଟଣାରେ କାରଟି ଅଧିକ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ଗାଡିର ଦୁଇ ଡ୍ରାଇଭର ସହ ତିନି ଜଣ ଯାତ୍ରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ରାସ୍ତା ଚଉଡା ଓ ଖାଲି ଥିବାରୁ ଦୃତ ଗତିରେ ଗାଡି ଯାଉଥିବା ଯୋଗୁଁ ଦୁର୍ଘଟଣା ହେଲା ବୋଲି ଲୋକେ କହୁଛନ୍ତି। ସ୍ଥାନୀୟ ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ରାସ୍ତରୁ ଗାଡି ହଟାଇବା ବ୍ୟବସ୍ଥା କରିଛନ୍ତି।

LEAVE A REPLY

Please enter your comment!
Please enter your name here