ଖରା କୁ ଦୃଷ୍ଟିରେ ରଖି ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଙ୍କ ତରଫରୁ ପଣା ବଣ୍ଟନ

0
116

ବ୍ରହ୍ମପୁର :ପ୍ରଚଣ୍ଡ ଖରା ଓ ଗୁଳଗୁଳି କୁ ଦୃଷ୍ଟିରେ ରଖି ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପଣା ବଣ୍ଟନ କରାଯାଇଥିଲା। ଆମ୍ବ ବଜାର ମୁଖ୍ୟରାସ୍ତା ପାଶ୍ୱର୍ରେ ଏପରି ଛାତ୍ର ଛାତ୍ରୀ ମାନେ ସାମୁହିକ ଭାବେ ବାଟୋଇ ମାନଙ୍କୁ ନବାତ ପଣା ବଣ୍ଟନ କରିଥିଲେ l ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ମାନଙ୍କୁ ଉତ୍ସାହିତ କରିଥିଲେ l ଏପରି କାର୍ଯ୍ୟ ଲାଗି ସ୍କୁଲର ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା, ନିର୍ଦେଶକ କୁନାଲ କୌଶିକ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ l ସେହି ପରି ବାଟୋଇ ମାନଙ୍କୁ ଅଂଶୁଘାତ ନେଇ ସଚେତନ କରାଯିବା ସହ ସମସ୍ତେ ଖରା ଲାଗି ପାଣି ପିଇବା , ମୁଣ୍ଡରେ ଟୋପି ଦେବା, ଛତା ଧରିବା, ଗଛ ମୂଳେ ବିଶ୍ରାମ ନେବା ଓ ଚଷମା ବ୍ୟବହାର କରିବାକୁ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here