ଓଏଏସ ଅଧିକାରୀଙ୍କ ରାତି ଅଧିଆ ବଦଳି ପଛର ରହସ୍ୟ କଣ?

0
906

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଓଏଏସ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟଙ୍କର ହଠାତ ରାତିଅଧିଆ ଅନ୍ୟତ୍ର ବଦଳି ହୋଇଥିବା ଜଣାପଡିଛି। ପୂର୍ବରୁ ଶ୍ରୀ ରାଉତରାୟ କୁକୁଡାଖଣ୍ଡିରେ ପଞ୍ଚାୟତରାଜ ବିଭାଗରେ କାର୍ଯ୍ୟ କରିବା ପରେ ନଗର ଉନ୍ନୟନ ବିଭାଗରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ଓଏଏସ ଅଧିକାରୀଙ୍କ ବଦଳି ତାଲିକାରେ ତାଙ୍କ ନାମ ନଥିଲେ ହେଁ ତାଙ୍କ ପଦବୀରେ ଅନ୍ୟ ଜଣେ ଓଏଏସ ସବ୍ୟସାଚୀ ହୋତାଙ୍କୁ ସ୍ଥାନିତ କରାଯାଇଥିଲା। ପରେ ପୁଣି ସବ୍ୟସାଚୀ ହୋତାଙ୍କ ବଦଳିରେ ପରିବର୍ତ୍ତନ ହୋଇ ଭୁବନେଶ୍ୱର ବଦଳି କରାଯାଇଥିଲା। ଯଦିଓ ସୌରୀନ୍ଦ୍ର ରାଉତରାୟଙ୍କ ସ୍ଥାନରେ ଅନ୍ୟ ଜଣେ ଓଏଏସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା କିନ୍ତୁ ଶ୍ରୀ ରାଉତରାୟଙ୍କୁ କୌଣସି ନିର୍ଦ୍ଧିଷ୍ଟ ପଦ ପଦବୀରେ ସ୍ଥାନିତ କରାଯାଇନଥିଲା। ଚାକିରୀ ସରକାରୀ ହେଉ ଅଥବା ବେସରକାରୀ ବଦଳି ଏକ ଧାରାର ଅନ୍ତର୍ଭୁକ୍ତ। ତେବେ ହଠାତ ଶ୍ରୀ ରାଉତରାୟଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଯିବା ପଛରେ ପ୍ରକୃତ କାରଣ କଣ ସେନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here