ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରିଣୀ ବୈଠକ —– ନିର୍ବାଚନ ପୂର୍ବରୁ ସହର ତଳି ଅଞ୍ଚଳ ମହାନଗର ନିଗମରେ ସାମିଲ କର ନଚେତ୍ ରାଜନୈତିକ ସ୍ତରରେ ଲଢେଇ କରାଯିବ

0
141

ବ୍ରହ୍ମପୁର : ନିକଟରେ ରାଜ୍ୟ ସରକାର ୩୫ ଟି ଏନଏସି ଓ ୫ ଟି ମ୍ୟୁନିସିପାଲଟି ଗଠନ କରିବା ନିମନ୍ତେ ନିଷ୍ପତ୍ତି ମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବରେ ସହର ତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବୀକୁ ଅତି ଚତୁରତାର ସହ ଏଡେଇ ଯାଇଛନ୍ତି । ରାଜ୍ୟ ସରକାରଙ୍କ ଏ ପଦକ୍ଷେପ ଯାହା କେବଳ ସହର ତଳି ବାସିନ୍ଦା କେବଳ ନୁହନ୍ତି ବରଂ ସମସ୍ତ ମହାନଗର ବାସିନ୍ଦାଙ୍କୁ ମଧ୍ୟ ବ୍ୟଥିତ କରିଛି। କାରଣ ସମସ୍ତେ ଆଶା କରୁଥିଲେ ଯେ ନିର୍ବାଚନ ବର୍ଷରେ ଅନ୍ତତଃ ସରକାର ସହର ତଳି ବାସିନ୍ଦାଙ୍କ ଦୀର୍ଘ ଦିନର ଦାବୀକୁ ସମ୍ମାନ ଦେଇ ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ସହର ତଳି ବାସିନ୍ଦାଙ୍କ ଦାବୀ, ଆବେଗ, ସଂଗ୍ରାମ, ସଂଘର୍ଷ, ଆନ୍ଦୋଳନ, ହାଇ କୋର୍ଟଙ୍କ ନିର୍ଦ୍ଧେଶ ସ୍ୱତ୍ତେ ସରକାର ପଦକ୍ଷେପ ନନେବା ସମସ୍ତଙ୍କୁ ହତ ଚକିତ କରିଛି । ଏ ପରିପ୍ରେକ୍ଷୀରେ ଗତକାଲି ସଭାପତିଙ୍କ ବାସଭବନରେ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରିଣୀର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବ୍ ଶୀଘ୍ର ସାଧାରଣ ପରିଷଦ ବୈଠକ ଡାକି ଆଗାମୀ ରଣନୀତି ଓ ପଦକ୍ଷେପ ନେଇ ଆଲୋଚନା କରାଯିବ। ମିଶ୍ରଣ ନେଇ ପୁଣି ଏକ ରିଟ ହାଇକୋର୍ଟରେ ଦାଖଲ କରାଯାଇଥିବାର ସଭାପତି ସୂଚନା ଦେଇଥିଲେ। ଆଗାମୀ ସପ୍ତାହରେ ଏହାର ଶୁଣାଣି ହୋଇପାରେ। ସେହିଭଳି ସରକାରଙ୍କ ସହର ତଳି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ବିରୋଧରେ ରାଜନୈତିକ ସ୍ତରରେ ଲଢେଇ କରାଯିବା ନେଇ ମତ ପ୍ରକାଶ ପାଇଥିଲା। ସରକାର ଯଦି ନିର୍ବାଚନ ପୂର୍ବରୁ ମିଶ୍ରଣ ନେଇ କୌଣସି ନୀତିଗତ ନିଷ୍ପତ୍ତି ନେବାରେ ବିଫଳ ରୁହନ୍ତି ତାହାହେଲେ ଆଗାମୀ ନିର୍ବାଚନରେ ଇସ୍ୟୁ ଭିତ୍ତିକ ଲଢେଇ ନିମନ୍ତେ କ୍ରିୟାନୁଷ୍ଠାନ କମିଟି ସହାୟତାରେ ଓ ସମର୍ଥନରେ ବିଧାନସଭା ଆସନରେ ପର୍ଥୀ ଦେବା ନିମନ୍ତେ ପ୍ରସ୍ତାବ ଉପରେ ଆଲୋଚନା ଓ ବିଚାର ବିମର୍ଷ କରାଯାଇଥିଲା। ଏ ନେଇ ବିସ୍ତ୍ରୁତ ଆଲୋଚନା ପରେ ପରବର୍ତ୍ତି ବୈଠକରେ ଚୁଡାନ୍ତ ମୋହର ମରାଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here