ପୂର୍ବତନ ସରପଞ୍ଚଙ୍କ ଦ୍ବାଦଶ କାର୍ଯ୍ୟ ଉପଲକ୍ଷେ ସ୍ମରଣିକା ପୁସ୍ତକ ଉନ୍ମୋଚନ ଓ ରକ୍ତଦାନ ଶିବିର

0
675

ଦିଗପହଣ୍ଡି : ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ ହନୁ ଗୈାଡଙ୍କ ଦ୍ବାଦଶ କାର୍ଯ୍ୟ ଅବସରରେ ବୁଧବାର ନିଜ ପୈତୃକ ଗ୍ରାମ ବୋରିପଦର ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପରିବାର ଓ ତିନି ତାଲୁକା ଗୋପାଳ ସମାଜର ମିଳିତ ପ୍ରଚେଷ୍ଟାରେ ତାଙ୍କର ଅଭୁଲା ଦିନର ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ କରିବା ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ ଦିବସରେ ବିଶିଷ୍ଟ ଶିଳ୍ପପତି ଚନ୍ଦ୍ରଶେଖର ନାଇଡୁ , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମେକାପ , ହୃଦରଞ୍ଜନ ମେକାପ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ସାକା . ସୁଜିତ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଏମ୍. ନିରଞ୍ଜନ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ହରିବନ୍ଧୁ ରେଡ୍ଡୀ , ବୃନ୍ଦାବନ ଖଟେଇ , ମହନ୍ତ ଚିନ୍ମୟାନନ୍ଦ ଦାସ , ଉମାକାନ୍ତ ସାହୁ ସମେତ ୨୬ ଗୋଟି ତିନି ତାଲୁକା ଗୋପାଳ ସମାଜର କର୍ମକର୍ତ୍ତା , ବ୍ରହ୍ମପୁର ଲାୟନ୍ସ କ୍ଳବ୍ ସଦସ୍ୟ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି , ରାଜନେତା , ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଦୁର୍ବଳ କାର୍ଯ୍ଯରେ ଯୋଗଦେଇ ସ୍ବର୍ଗତ ଶ୍ରୀ ଗୈାଡଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏଥିସହ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥି ଏବଂ ତାଙ୍କରି ଆଦର୍ଶରେ ପାଠ ପଢିଥିବା ପୁରାତନ ଛାତ୍ରମାନେ ଉପସ୍ଥିତ ରହି ସେହି ଅତୀତ ଦିନରେ ହୋଇଥିବା ଦୁଇପଦ କଥାକୁ ପରିପ୍ରକାଶ କରିଥିଲେ । ଶେଷରେ ବାପାଙ୍କ ଭଳି ତାଙ୍କ ପୁତ୍ର ତଥା ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ପଞ୍ଚାୟତର ବିକାଶ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବ ଦେଇ ଆସୁଥିବା ଯୋଗୁଁ ଖୁବ୍ ପ୍ରଶଂସା କରିଥିଲେ । ସେହିପରି ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ସହାୟତାରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ସମୟରେ ସ୍ବର୍ଗତ ଶ୍ରୀ ଗୈାଡଙ୍କ ସ୍ତ୍ରୀ ଶୈଳ ଗୈାଡ , ତିନି ପୁଅ ଶ୍ବେତ ବସନ୍ତ ଗୈାଡ , ମନୋରଞ୍ଜନ ଗୈାଡ , ବିଭୂତି ଭୂଷଣ ଗୈାଡ ସମେତ ସମସ୍ତ ଜନ ପ୍ରତିନିଧି ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here