ପୋଲସରା ନିର୍ବାଚନ ମଣ୍ଡଳୀରୁ ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ଗଲେ ୧୫୮୦ ଶ୍ରଦ୍ଧାଳୁ

0
120

ପୋଲସରା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାଇ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଓ ଏନ୍ଏସି ଏବଂ ବୁଗୁଡ଼ା ବ୍ଲକ ଓ ଏନ୍ ଏ ସି ରୁ ପୁରୀ ଶ୍ରୀମନ୍ଦିରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ୧୫୮୦ ଶ୍ରଦ୍ଧାଳୁ ପୁରୀ ଯାତ୍ରା କରିଛନ୍ତି। ଯାତ୍ରାର ଶୁଭାରମ୍ଭ ପୋଲସରା ବ୍ଲକ ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଓ ବୁଗୁଡ଼ା ବ୍ଳକ ବିଡ଼ିଓ ସନ୍ତୋଷ କୁମାର ଜେନା ଙ୍କ ତତ୍ତ୍ୱାବଧାନରେ ଏବଂ ଜଣ ପ୍ରତିନିଧି ବୃନ୍ଦଙ୍କ ଉପସ୍ଥିତରେ ହୋଇଥିଲା। ପୋଲସରା ବ୍ଲକର ୨୬ ଗୋଟି ପଞ୍ଚାୟତରୁ ୫୨୦ ଓ ପୋଲସରା ଏନ୍ଏସି ର ୧୯ ଗୋଟି ଓ୍ବାର୍ଡରୁ ୩୮୦ ଏବଂ ବୁଗୁଡ଼ା ବ୍ଲକର ୨୧ ଗୋଟି ପଞ୍ଚାୟତରୁ ୪୨୦ ଓ ବୁଗୁଡା ଏନ୍ଏସି ର ୧୩ ଗୋଟି ଓ୍ବାର୍ଡ ରୁ ୨୬୦ ଜଣ ଶ୍ରଦ୍ଧାଳୁ ଯାଇଥିବାବେଳେ ଏଥିପାଇଁ ଉଭୟ ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଓ ଯୋଗାଣ ସହାୟକ ମାନଙ୍କୁ ଶ୍ରଦ୍ଧାଳୁଙ୍କ ସୁବିଧାରେ ଯାତାୟାତ ପାଇଁ ପ୍ରତ୍ୟେକ ବସର ଦାୟିତ୍ୱ ପ୍ରଦାନ କରାଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here