ବୁଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

0
139

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ କାର୍ଯ୍ୟାଳୟରେ ଫେବୃୟାରୀ ୧୨ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଛତ୍ରପୁର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ, ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଭଞ୍ଜନଗର ଏସଡିପିଓ ବିଶ୍ଵଜିତ ହରପାଲ, ଡେପୁଟି ଗ୍ରିଭେନ୍ସ କଲେକ୍ଟର ଭାବୋତୋଷ ମଲ୍ଲିକ, ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା, ବୁଗୁଡା ପୋଲିସ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଏବଂ ଖାଉଟି ଯୋଗାଣ , ସାମାଜିକ ସୁରକ୍ଷା , ଗ୍ରାମୀଣ ଗୃହ ବିଭାଗ, ମନରେଗା, ସମନ୍ୱିତ ଶିଶୁ ବିଭାଗ, ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କୃଷି ବିଭାଗ ପ୍ରଭୃତିର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ମୋଟ ୯୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here