ଜଗଦଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
208

ଗଞ୍ଜାମ:ଜଗଦଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା।ଏହି ଉତ୍ସବକୁ ସରଷ ସୁନ୍ଦର କରିବା ସହ ଦର୍ଶକ ଙ୍କୁ ଆକର୍ଷିତ କରିବା ପାଇଁଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନିମନ୍ତ୍ରିତ ହୋଇଥିବା ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ଉପ ନିବନ୍ଧକ ତଥା ସବରେଜିଷ୍ଟାର୍ ଶ୍ରୀଯୁକ୍ତ କବିରାଜ ଆର୍ଯ୍ୟ ମହୋଦୟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ନିମଖଣ୍ଡି କ୍ଲଷ୍ଟର ସି ଆର୍ ସି ସି ଶ୍ରୀଯୁକ୍ତ ଲୋକନାଥ ପାଢ଼ୀ ,ସମ୍ମାନୀତ ଅତିଥି ଭାବେ ଜଗଦଳପୁର ସରପଞ୍ଚ ଶ୍ରୀମତୀ କ୍ରାନ୍ତି କୁମାରୀ ଦେବୀ, ସମିତି ସଭ୍ୟ ଶ୍ରୀ ରବିନ୍ଦ୍ରନାଥ ପାତ୍ର, ରାମଚନ୍ଦ୍ରପୁର ସି ଆର୍ ସି ସି ଶ୍ରୀ ଦାଶରଥି ଜେନା, ନେତାଜୀ ପାଠାଗାର ସଭାପତି ଶ୍ରୀ କେ ସନ୍ତୋଷ କୁମାର ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀ, ସ୍କୁଲ ର ସଭାପତି ଶ୍ରୀ ବଂଶୀଧର ପାତ୍ର ଓ ସ୍କୁଲ୍ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଏଲ୍ ମମତା ଆଚାରୀ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶ୍ରୀ ଏ ଅନନ୍ତରାମ ଆଚାରୀ ମଞ୍ଚ ପରିଚାଳନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ଶିକ୍ଷକ ଶ୍ରୀ ଶ୍ୟାମସୁନ୍ଦର ତ୍ରିପାଠୀ, ଶିକ୍ଷୟିତ୍ରୀ ଶ୍ରୀ ମତୀ ସରିତା ପଟ୍ଟନାୟକ ଓ ମିନତି ରାଉତ। କାର୍ଯ୍ୟକ୍ରମ ଶେଷରେ ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here