ବିଜେପି ପକ୍ଷରୁ ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ

0
123

ପୋଲସରା: ପୋଲସରା ବ୍ଳକର ଦୁଇ ପଞ୍ଚାୟତରେ ବିଜେପି ପକ୍ଷରୁ ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପୋଲସରା ବ୍ଳକ ଅନ୍ତର୍ଗତ ଜକର ଗ୍ରାମପଞ୍ଚାୟତ ଜକର ଗ୍ରାମର ଚନ୍ଦ୍ର କପିଳେଶ୍ବର ମନ୍ଦିର ଓ କେନ୍ଦୁବାଡି ଗ୍ରାମପଞ୍ଚାୟତ କେନ୍ଦୁବାଡି ଗ୍ରାମର ଠାକୁରାଣୀ ମନ୍ଦିର ପରିସରରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକଙ୍କ ସଭାପତିତ୍ୱରେ ଦୁଇ ଗ୍ରାମରେ ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଥିବା କର୍ମକର୍ତ୍ତାମାନେ ବୁଥ ସ୍ତରରେ ସଙ୍ଗଠନ କୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିବା ସହିତ ନୂତନ ଭୋଟରଙ୍କୁ ଆକୃଷ୍ଟ କରିବା ଓ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଦୁଇ ବୈଠକରେ ରାଜ୍ୟ କାର୍ଯ୍ଯକାରେଣୀ ସଦସ୍ଯା ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ରଘୁନାଥ ପଣ୍ଡା, ମହେଶ୍ବର ପରିଡା, ନୀଳମାଧବ ପ୍ରଧାନ, ରାଜେନ୍ଦ୍ର ପାତ୍ର, ମହାଦେବ ଗୌଡ, ବିଜୟ ଭୂୟାଁ, କାମରାଜୁ ଭୂୟାଁ,ଜ୍ୟୋତି ରଞ୍ଜନ ପୋଲାଇ, କେଦାର ମହାରଣା ସମେତ ଦୁଇ ପଞ୍ଚାୟତର ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here