ବ୍ରହ୍ମପୁର ଉପଖଣ୍ଡରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

0
111

ବ୍ରହ୍ମପୁର: ବ୍ରହ୍ମପୁର ରେ ୭୫ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଟି ଆଓ(ଭା.ପ୍ର.ସେ),ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ବ୍ରହ୍ମପୁର ଯୋଗଦେଇ ସକାଳ ଘ୮.୩୦ମି ରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ତାଙ୍କ ଅଭିଭାଷଣରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ , ଡ଼ ବି ଆର ଅମ୍ୱେଦକର ସମ୍ବିଧାନ ପ୍ରଣେତା ଙ୍କୁ ସ୍ମରଣ କରିଥିଲେ, ଗାନ୍ଧିଜୀ ଙ୍କ ଅହିଂସା ନୀତିରେ ଦେଶ ସ୍ବାଧୀନ ହୋଇଥିଲା ଅହିଂସା ପରମ ଧର୍ମ ଏବଂ ପ୍ରଗତି ର ମୂଳ ମନ୍ତ୍ର ବୋଲି କହିଥିଲେ l
ଜାନୁୟାରୀ ୨୬ତାରିଖ ଦିନ ପ୍ରାତଃ ୫ଘଣ୍ଟା ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡାକ ବାଜି ଯନ୍ତ୍ର ଦ୍ବାରା ରାମଧୁନ ପରିବେଷଣ କରି ସହର ପରିକ୍ରମା କରାଯାଇଥିଲା l ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ୟାରେଡ୍ ରେ ସମୁଦାୟ ୩୭ଗୋଟି ପ୍ଲାଟୁନ୍ ଭାଗ ନେଇଥିଲେ l ସିନିୟର୍ ଡିଭିଜନ ଏନ ସି ସି ସ୍ତରରେ ପ୍ରଥମ ସ୍ଥାନ ଖଲ୍ଲିକୋଟ ୟୁନିଭରସିଟି ନାଭାଲ ଓ ସିଟି କଲେଜ ବ୍ରହ୍ମପୁର ଆର୍ମୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ଜୁନିୟର ଡ଼ିଭିଜନ ଏନ୍ ସି ସି ବାଳିକା ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆର୍ମୀ ପ୍ରଥମ ଓ ଡି ପଲ୍ ସ୍କୁଲ ଆର୍ମୀ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି l ଜୁନିୟର ଡିଭିଜନ ଏନ୍ ସି ସି ବାଳକରେ ପ୍ରଥମ ସ୍ଥାନରେ ସେଣ୍ଟ ଜାଭିୟର ହାଇ ସ୍କୁଲ୍ ଆମ୍ବପୁଆ ଆର୍ମୀ ଓ ଦ୍ୱିତୀୟ ସ୍ଥାନରେ ସିଟି ହାଇ ସ୍କୁଲ ଏୟାର ୱିଙ୍ଗ l ସ୍କାଉଟ୍ ଓ ଗାଇଡ ରେ ପ୍ରଥମ ହେଇଛନ୍ତି ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଅରବିନ୍ଦ ନଗର ଏବଂ ଦ୍ୱିତୀୟ ହେଇଛନ୍ତି ସେଣ୍ଟ ଜାଭିୟର ହାଇ ସ୍କୁଲ, ମିନାକ୍ଷୀ ନଗର l ସେହିପରି ସବ୍ ଜୁନିୟର ଡିଭିଜନ ସିଭିଲିୟନ୍ ସ୍ତରରେ ପ୍ରଥମ ଗୁରୁନାନକ ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ଦିଲ୍ଲୀ ପବ୍ଲିକ ସ୍କୁଲ l ଜୁନିୟର ଡିଭିଜନ ସିଭିଲିୟନ ରେ ପ୍ରଥମ ସ୍ଥାନରେ ବାପୁଜୀ ଶିଶୁ ମନ୍ଦିର ଅଙ୍କୁଲି ,ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ହୋଲି ଏଞ୍ଜେଲ କନଭେଣ୍ଟ ସ୍କୁଲ l ସିନିୟର୍ ଡିଭିଜନ ସିଭିଲିୟାନ ସ୍ତରରେ ଅମରେଶ୍ୱର ପବ୍ଲିକ ହାଇ ସ୍କୁଲ ପ୍ରଥମ ଓ ସଂକଳ୍ପ ସିନିୟର୍ ସେକେଣ୍ଡାରୀ ସ୍କୁଲ, ରଳବା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି ଜୁନିୟର ସ୍ତର ଶାରୀରିକ କୌଶଳ ପ୍ରଦର୍ଶନ ରେ ପ୍ରଥମ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ,ମିନାକ୍ଷୀ ନଗର ଓ ଦ୍ୱିତୀୟ ସ୍ଥାନରେ ନ୍ୟୁ ଡି ପଲ୍ ସ୍କୁଲ l ସିନିୟର୍ ସ୍ତର ରେ ସଂକଳ୍ପ ସିନିୟର୍ ସେକେଣ୍ଡାରୀ ସ୍କୁଲ,ରଳବା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅମେରେଶ୍ୱର୍ ପବ୍ଲିକ ହାଇସ୍କୁଲ l ୩ଦିନ ପ୍ୟାରେଡ୍ ଅଭ୍ୟାସ ରେ ଉତ୍ତମ ପ୍ରଦର୍ଶନ କରିଥିବା ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର,ନୀଳକଣ୍ଠ ନଗର ଆର୍ମୀ ପ୍ଲାଟୁନ କୁ ବେଷ୍ଟ୍ ଜୁରୀ ଭାବରେ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ପାଇଁ ଛଅ ଜଣ ପୋଲିସ କର୍ମଚାରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଙ୍କ ସହ ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣା ବିବେକ ଏମ, ବ୍ରହ୍ମପୁର କମିଶନର ଜେ ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ମଞ୍ଚାସୀନ ଥିଲେ l ଶେଷରେ ମୁଖ୍ୟ ଅତିଥି ପାଲୁର୍ ହିଲ ସ୍ଥିତ ଶ୍ରଦ୍ଧାଳୟ ର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ l

LEAVE A REPLY

Please enter your comment!
Please enter your name here