ଉପଖଣ୍ଡ ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାଳିତ

0
117

ବ୍ରହ୍ମପୁର :ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଙ୍କ ତତ୍ତ୍ଵାବଧାନରେ ଆଜି ବ୍ରହ୍ମପୁର ରାମ ଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ର ଚତୃପାର୍ଶ୍ଵରେ ଏକ ବିଶାଳ ମାନବ ଶୃଙ୍ଖଳ ର ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ସ୍ଵଂୟ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଏହି ବିଶାଳ ମାନବ ଶୃଙ୍ଖଳରେ ଯୋଗଦେଇଥିଲେ l ପ୍ରଶାସନ ତରଫରୁ ମତଦାନ ବିଷୟରେ ସଚେତନତାର ବାର୍ତ୍ତା ନାଗରିକ ମାନଙ୍କୁ ଦିଆଯାଇଥିଲା କିପରି ନାଗରିକମାନେ ଶୃଙ୍ଖଳିତ ଓ ସ୍ବଚ୍ଛତା ର ସହିତ ମତଦାନ କରିବେ ତାର ଶପଥ ପାଠ କରାଯାଇ ଥିଲା l ପରବର୍ତ୍ତୀ ପର୍ଯ୍ୟାୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭଗୃହରେ ବିଡ଼ିଓ, ବି ଏଲ୍ ଓ ,ବି ଏଲ ଓ ସୁପର୍ଭାଇଜର ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା l Best BLO supervisor,best eletoral literacy ,Best AERO of Berhampur subdivision, Best nodal officer,Best VAF ପୁରସ୍କାର ପ୍ରଦାନ କରାଯାଇଥିଲା, ଏବଂ ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଏହି ବୈଠକରେ ଉପଜିଲ୍ଲାପାଳ ଆଶୁତୋଷ କୁଲ୍କକର୍ଣି, ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନ, ଡେପୁଟି କଲେକ୍ଟର ସୁବ୍ରତ ରାମବିରାମ ଶତପଥୀ ଓ କସ୍ତୁରୀ ସ୍ୱାଇଁ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ମଞ୍ଚାସୀନ ଥିଲେ l ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here