କେନ୍ଦୁବାଡି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

0
119

ପୋଲସରା : ଆମ ଓଡିଆ ନବୀନ ଓଡ଼ିଶା ମାଧ୍ଯମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ବୁଧବାର ମଧ୍ୟାହ୍ନ ଏକ ଘଣ୍ଟିକା ସମୟରେ କେନ୍ଦୁବାଡି ସ୍କୁଲ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ଏହାର ସୁଯୋଗ ନେବାପାଇଁ ପରାମର୍ଶ ଡ୍ରାଇଥିଲେ ବିଧାୟକ ଶ୍ରୀ ସାହୁ। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରମା ସ୍ବାଇଁ, ପୂର୍ବତନ ସରପଞ୍ଚ ବିଜୟ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, କନିଷ୍ଠ ଯନ୍ତ୍ରୀ ନିତ୍ୟାନନ୍ଦ ଡାକୁଆ, ଅଙ୍ଗନବାଡ଼ି ସୁପରଭାଇଜ ସଂଘମିତ୍ରା ମହାପାତ୍ର, ସିପି କବିରାଜ ପ୍ରଧାନ,ବିଏସଏସଓ ଶୁଭ୍ରାଂଶୁ ଶେଖର ପୃଷ୍ଟି ଯୋଗଦେଇଥିଲେ । ଏହି ଅବସରରେ ବିଶେଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ , ଆଶା କର୍ମୀ , ସ୍ବୟଂସହାୟକ ମହିଳା ଗୋଷ୍ଠୀ ମାନଙ୍କୁ ବିଧାୟକଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏଥି ସହ ଦୁଇ ଗୋଟି ମହିଳା ଗୋଷ୍ଠୀ ଙ୍କୁ ଲୋନ ପ୍ରଦାନ, ଆମ ଓଡ଼ିଶା ନବୀନ ଓଡିଶା ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଗ୍ରାମର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିପିଓ ଆଦିତ୍ୟ ନାୟକ ମଞ୍ଚ ପରିଚାଳନା କରିଥିଲା ବେଳେ ପିଇଓ ବିରୂପାକ୍ଷ ଡାକୁଆ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ। ସୁରେନ୍ଦ୍ରନାଥ ପ୍ରଧାନ,ସୁଶାନ୍ତ ପୋଲାଇ,ଜିଆରଏସ ସରକାର ଜେନା, ସଂଞ୍ଜୟ ଜେନା ସମେତ ବିଭାଗୀୟ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here