ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

0
128

ଛତ୍ରପୁର :ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଅହିଂସା ଓ ଭାରତୀୟ ଆଦର୍ଶ, ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ ବୈଶ୍ବିକ ପ୍ରେକ୍ଷାପଟ୍ଟରେ ଭାରତୀୟ ଗଣତନ୍ତ୍ର, ଉଚ୍ଚ ବିଦ୍ୟାଳୟ ସ୍ତରରେ ବିଶ୍ବାୟନରେ ଭାରତୀୟ ଗଣତନ୍ତ୍ରର ବିଶେଷତ୍ବ ଏବଂ ମହା ବିଦ୍ୟାଳୟ ସ୍ତରରେ ଭାରତୀୟ ଗଣତନ୍ତ୍ର ବିଶ୍ବର ଆଦର୍ଶ ଉପରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଅଶୋକ କୁମାର ଚୌଧୁରୀ, ପୂର୍ବତନ ବିଧାୟକ, ସନ୍ତୋଷ କୁମାର ପାଢୀ, ସାମ୍ବାଦିକ ଓ ପ୍ରଶାନ୍ତ କୁମାର ଶତପଥୀ, ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ । ଓଡିଆ ବକ୍ତୃତା ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ଦିବ୍ଯାଂଶୁ ହାତୀ, ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର, ଛତ୍ରପୁର ପ୍ରଥମ ସ୍ଥାନ, ଶେଖ୍ ତାଫିକ୍ ଇଲାହି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ପୁତି ଗୋପାଳପୁର ଦ୍ବିତୀୟ ସ୍ଥାନ ଓ ସାଇ ବିନାୟକ ପଣ୍ଡା, କେନ୍ଦ୍ରୀୟ ବିଦ୍ଯାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ ଗାୟତ୍ରୀ ମହାରଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁତି ଗୋପାଳପୁର ପ୍ରଥମ ସ୍ଥାନ, ଆକାଂକ୍ଷା ପ୍ରିୟଦର୍ଶନୀ, ଓଡିଶା ଆଦର୍ଶ ବିଦ୍ଯାଳୟ ଚମାଖଣ୍ଡି ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ସ୍ବୟଂଶ୍ରୀ ତ୍ରିପାଠୀ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ଓ ଶାଲିନୀ ପ୍ରିୟଦର୍ଶନୀ, ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର, ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ କ୍ଷୀରାବ୍ଧୀ ମିଶ୍ର, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ପ୍ରଥମ ସ୍ଥାନ, ଅର୍ପିତା ମହାପାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଅଞ୍ଜଳୀ କୁମାରୀ ସାହୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରରେ ବଦ୍ରୀନାଥ ମିଶ୍ର, ସରକାରୀ ବିଜ୍ଞାନ ମହାବିଦ୍ଯାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଆର୍.ଧବଳେଶ୍ଵର ରେଡ୍ଡୀ,ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ କେ. ପ୍ରତ୍ୟୁଷା ଦୋରା, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ଯାଳୟ ଗୋବିନ୍ଦପୁର ଓ ସ୍ନେହା ପଲେଇ, ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ, ଗୋବିନ୍ଦପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here