ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁଙ୍କୁ ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନ

0
175

ବ୍ରହ୍ମପୁର: ହାଇଦ୍ରାବାଦ ର ରବୀନ୍ଦ୍ର ଭାରତୀ ଠାରେ ଆନ୍ତର୍ଜାତିକ କାଲ୍ସିକଲ୍ ଓ ଲୋକକଳା ଫେଷ୍ଟିବଲ୍ ଅନୁଷ୍ଠିତ ହୋଇଯାଇଛି। ତେଲେଙ୍ଗାନା ଭାଷା ସଂସ୍କୃତି ଓ ସଂସ୍କୃତି କଳା ନିକେତନ ତରଫରୁ କାଯ୍ୟ କ୍ରମ ହୋଇଛି ସଂସ୍କୃତି କଳା ନିକେତନ ର ପ୍ରତିଷ୍ଠାତା
ସଂଯୁକ୍ତା ପଣ୍ଡା ଓ ଗୁରୁ ଡ .ସୁଦୀପ୍ତା ପଣ୍ଡା ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା । ନୂତନ ବର୍ଷ ଆରମ୍ଭରୁ ଏ ଭଳି ପ୍ରୋଗ୍ରାମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ୮ ଜଣ ଗୁରୁ ଙ୍କୁ ପଦ୍ମ ଜ୍ୟୋତି ସମ୍ମାନିତ କରାଯାଇଥିଲା । ଓଡିଶା ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ ଙ୍କୁ ଫ୍ଲୋରିସ କଲ୍ଚର ଇଣ୍ଡିଆନ ଆଇକନ୍ ଆ ୱାର୍ଡ (Flourish culture Indiana icon award )ନାମରେ ଏହି ଆନ୍ତର୍ଜାତୀୟ ଉତ୍ସବ ରେ ସମ୍ମାନ ପ୍ରଦାନ କରା ଯାଇଥିଲା।ସାମ୍ୱାଦିକ ସୁଦୀପ ବି ଦୁଇ ଟି ଓଡ଼ିଆ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ଏପରି ସମ୍ମାନ ଲାଗି ସାମ୍ୱାଦିକ ସୁଦିପ ଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି, ସୂଚନା ଯୋଗ୍ୟ ସାମ୍ୱାଦିକ ସୁଦିପ ଏହା ପୂର୍ବରୁ ବହୁ ସର୍ବ ଭାରତୀୟ ,ରାଜ୍ୟ, ଜିଲ୍ଲା ଓ ବ୍ରହ୍ମପୁର ର ବହୁ ଅନୁଷ୍ଠାନ ତରଫରୁ ୫୦୦ ରୁ ଉର୍ଦ୍ଧ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି । ସେ ଜଣେ ଭଲ ଗାୟକ ,ଅଭିନେତା, ସଂଯୋଜକ, ଲେଖକ, ସଂଗଠକ ଓ ସାମ୍ୱାଦିକ ଭାବେ ସବୁରି ପରିଚିତ ଅଟନ୍ତି।ବାଲୁକା ଶିଳ୍ପୀ ସତ୍ୟ ମହାରଣା ଙ୍କୁ ବି ସମ୍ମାନିତ କରଯାଇଥିଲା।
ମୁଖ୍ୟ ଅତିଥି ଭାବରେ ଲୋକସଭା ସାଂସଦ ଓ ସଂସ୍କୃତ ବିଭାଗର ଅଧକ୍ଷା ମାମିଡି ହରି କ୍ରୀଷ୍ଣା ସହ ଅଭିନେତା ଓ ମଡେଲ ଉପସ୍ଥିତ ଥିଲେ
ଏଥିରେ ୪୦୦୦ ରୁ ଅଧିକ ଲୋକ ରହି ଓଡ଼ିଶା କଳା ସଂସକୃତି ଉପଭୋଗ କରିଥିଲେ
ଶେଷରେ ଜି.ଏସ ରାଜୁ ଧନ୍ୟବାଦ୍ ଦେଇଥିଲେ

LEAVE A REPLY

Please enter your comment!
Please enter your name here