ଅଗ୍ନିକାଣ୍ଡ ଘଟି ଏକ ଏକର ଜମିର ଧାନ ପୋଡ଼ି ପାଉଁଶ

0
149

ପୋଲସରା : ପୋଲସରା ବ୍ଳକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତର ଉସ୍ତାପଡା ଗ୍ରାମର ଦୁଇ ଜଣ ଚାଷୀଙ୍କ ଧାନ ଗଦାରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଉସ୍ତାପଡା ଗ୍ରାମର ବିଜୟ ସ୍ବାଇଁ ଓ ଭିକାରୀ ସ୍ବାଇଁ ପ୍ରାୟ ୫ ଭରଣ ବା ଏକ ଏକର ଜମିର ଧାନ ଉସ୍ତାପଡା ଗ୍ରାମର ମୁଖ୍ୟ ସଡ଼କ ପାଖରେ ଗଦାକରି ରଖିଥିଲେ। କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଉଭୟଙ୍କ ଧାନଗଦା ପୋଡ଼ି ପାଉଁଶ ହୋଇଯାଇଛି। ପୋଲସରା ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା। ଉଭୟ ବ୍ୟକ୍ତି ଭୂମିହୀନ ଓ ଗରିବ ଶ୍ରେଣୀର ହୋଇଥିବା ବେଳେ ଭାଗଚାଷୀ ଭାବେ ଅନ୍ଯ ଲୋକଙ୍କ ଜମି ଚାଷକରି ପରିବାର ପ୍ରତିପୋଷଣ କରୁଥିଲେ। ପୋଲସରା ତହସିଲଦାର ରୁବି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here