ସର୍ବଭାରତୀୟ ଡାକ ବିଭାଗ ଧର୍ମଘଟରେ ବୁଗୁଡାର ଡାକ କର୍ମଚାରୀ ସାମିଲ

0
338

ବୁଗୁଡା : ସର୍ବଭାରତୀୟ ଡାକ କର୍ମଚାରୀ ସଂଘ ନିର୍ଦ୍ଦେଶ କ୍ରମେ ପାଞ୍ଚ ଦଫା ଦାବୀ ନେଇ ସମଗ୍ର ଭାରତରେ ଡିସେମ୍ବର ୧୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧର୍ମଘଟ ଡାକରା ଦିଆଯାଇଛି। ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇ ବୁଗୁଡା ଉପ ଡାକଘର ଅନ୍ତର୍ଗତ ୧୭ ଗୋଟି ବ୍ରାଞ୍ଚ ପୋଷ୍ଟ ଅଫିସ କର୍ମଚାରୀ ବୃନ୍ଦ ଆନ୍ଦୋଳନରେ ଯୋଗଦେଇଥିଲେ। ବୁଗୁଡା ଉପ ଡାକଘର ସମ୍ମୁଖରେ ୧୭ ଟି ବ୍ରାଞ୍ଚ ପୋଷ୍ଟ ଅଫିସ କର୍ମଚାରୀ ବୃନ୍ଦ ୫ ଦଫା ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ସମସ୍ତ ଦାବି କେନ୍ଦ୍ର ସରକାର ଗ୍ରହଣ କଲା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଭୁତି ଭୂଷଣ ଦାଶ, ରୁଦ୍ର ନାରାୟଣ ପୋଲାଇ, ନିରାକାର ସାହୁ, ମଧୁସୂଦନ ମହାନ୍ତି, ଘନଶ୍ୟାମ ସିଂ, ବିଷ୍ଣୁ ପ୍ରାସାଦ ପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here