ମିଶନ ଶକ୍ତି ସ୍କୁଟର ଯୋଜନା କାର୍ଯ୍ୟକ୍ରମ ଶୁଭାରମ୍ଭ

0
363

ଦିଗପହଣ୍ଡି – ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ବୁଧବାର ଦିନ ଦିଗପହଣ୍ଡି ବ୍ଳକ ଭିଡିଓ କନଫରେନ୍ସ କାର୍ଯ୍ୟାଳୟରେ ମିଶନ ଶକ୍ତି ସ୍କୁଟର ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭଆସଈ ମାଧ୍ୟମରେ ଉଦଘାଟନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ , ଏବିଡିଓ ପ୍ରଶାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟରେ ସ୍କୁଟର ପାଇଁ ଲୋକ ଆବେଦନ କରିଥିବା ୧୧୦ ଜଣ ସ୍ବୟଂ ସହାୟିକା ମହିଳାଙ୍କ ମଧ୍ୟରୁ ୧୨ ଜଣଙ୍କୁ ସ୍କୁଟର ପ୍ରଦାନ କରାଯାଇଥିଲା । ସ୍କୁଟର ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କର ଲୋନ ଆଣିବାର ବନ୍ଦୋବସ୍ତ ରହିଥିବା ବେଳେ ୪ ବର୍ଷ ମଧ୍ୟରେ ଏହାକୁ ସୁଝିବା ନେଇ ପ୍ରାଧାନ୍ୟ ଦିଆଯାଇଛି । ମିଶନ ଶକ୍ତି ବ୍ଳକ ପ୍ରକଳ୍ପ ସଂଯୋଜକ ଅଜୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବହୁ ସ୍ବୟଂ ସହାୟିକା ଗୋଷ୍ଠୀ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here