ରାସ୍ତା କଡରେ ଅଜାଣା ବ୍ଯକ୍ତିଙ୍କ ମୃତ୍ୟୁ ଶରୀର।

0
147

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନାର ବାଲିପଦର ଫାଣ୍ଡି ଅନ୍ତର୍ଗତ କଳମ୍ବ-ପାଙ୍ଗିଡ଼ି ଆରଡ଼ି ରୋଡର ସୁନାକେରା ଠାରୁ ପ୍ରାୟ ୫୦୦ ମିଟର ଦୂରରେ ରାସ୍ତା କଡ଼ ପୋକସୁଙ୍ଗା ଲଟା ମଧ୍ୟରେ ଜଣେ ଅଜଣା ବ୍ଯକ୍ତିଙ୍କ ମୃତ ଶରୀରକୁ ବାଲିପଦର ଫାଣ୍ଡି ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ରାସ୍ତା କଡରେ ଅଜଣା ବ୍ୟକ୍ତିର ଶବ ଦେଖି ପୋଲିସକୁ ଖବର ଦେଇଥିଲେ। ବାଲିପଦର ଫାଣ୍ତି ଓଆଇସି ସମୀର କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଅଜଣା ମୃତ ବ୍ୟକ୍ତିଙ୍କ ଶବ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମୃତ୍ୟୁ ବ୍ୟକ୍ତିର ପରିଚୟ ମିଳି ନଥିବା ଜଣାପଡିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here