ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ପରିବର୍ଦ୍ଧିତ ଆଲୋଚନା ବୈଠକ

0
174

ଦିଗପହଣ୍ଡି: ଅଖିଳ ଭାରତ ଯୁବ ସଂଘ ଦିଗପହଣ୍ଡି ଆଞ୍ଚଳିକ ପରିଷଦ କମିଟି ତରଫରୁ ସୋମବାର ଦିନ କୁରେଇଶୁଣି ମନ୍ଦିର ପ୍ରାଙ୍ଗଣରେ ଏକ ପରିବର୍ଦ୍ଧିତ ଆଲୋଚନା ବୈଠକ ହୋଇଯାଇଛି । ଜିଲ୍ଲା ସଭାପତି ଆର୍ . ଦୈତାରି ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ପାଳନ ହେବାକୁ ଥିବା ସହିଦ ଭଗତ ସିଂଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସଂଘ ତରଫରୁ ଭଗତ ସିଂ ନ୍ୟାସନାଲ ଏମ୍ପଲୋମେଣ୍ଟ ଗ୍ୟାରେଣ୍ଟି ଆଇନ ଜରିଆରେ ବେକାରୀ ସମସ୍ୟା ଦୂରୀକରଣ କରି ରୋଜଗାର କ୍ଷମ କରିବା ନିମନ୍ତେ ଆର୍ .ଡି.ସି. ଅଫିସ ଘେରାଉ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହାପୂର୍ବରୁ ଜୋନ ସ୍ତରୀୟ କର୍ମକର୍ତ୍ତାକୁ ନେଇ ଏକ ସମ୍ମିଳନୀ କାର୍ଯ୍ୟକ୍ରମ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ସମ୍ପାଦକ କାମଦେବ ନାହାକ ଆଗାମୀ ଦିନରେ ରାଜ୍ୟ ଏବଂ ଜିଲ୍ଲାରେ ରହିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଆଞ୍ଚଳିକ ପରିଷଦ ଦିଗପହଣ୍ଡି ଶାଖାର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ସଭାପତି କାହ୍ନୁଚରଣ ଗୈାଡ , ଉପସଭାପତି ଏସ୍. ବସନ୍ତ ରେଡ୍ଡୀ , ସଂପାଦକ ଆର୍ . ଦୈତାରି ରେଡ୍ଡୀ , ସହ ସଂପାଦକ ଏଲ୍. ବିଜୟ ରେଡ୍ଡୀ , କୋଷାଧ୍ୟକ୍ଷ ଏସ୍ . ଜୟରାମ ପାତ୍ରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି ବୈଠକରେ ସଦସ୍ୟ ମୂଷା ବେହେରା , ସୁଶାନ୍ତ କୁମାର ବିଷୋୟୀ , ବଂଶୀ ସାହୁ , କାହ୍ନୁ ଗୌଡ଼ ସମେତ ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here