ଜିମ୍ ଭଙ୍ଗାରୁଜା ମାମଲା ; ଫେରାର ଅଭିଯୁକ୍ତ ଶିବଙ୍କୁ ଗିରଫ ପରେ କୋର୍ଟ ଚାଲାଣ

0
281

ଦିଗପହଣ୍ଡି – ଗତ ନଭେମ୍ବର ୬ ତାରିଖ ୨୦୨୨ ରେ ଦିଗପହଣ୍ଡି ଥାନା ବସଷ୍ଟାଣ୍ଡ କାନାରା ବ୍ୟାଙ୍କ ନିକଟରେ ରହିଥିବା ଜିମ୍ ଭଙ୍ଗାରୁଜା ଏବଂ ଜିମ୍ ମାଲିକଙ୍କ ମାଆ କୌଶଲ୍ୟା ପାତ୍ରଙ୍କୁ ଗାଳିଗୁଲଜ ମାମଲାରେ ପୋଲିସ ମଙ୍ଗଳବାର ଦିନ ଫେରାର ଅଭିଯୁକ୍ତ ଶିବ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରନୁଯାୟୀ , ଗତ ବର୍ଷ ନଭେମ୍ବର ୬ ତାରିଖ ଅର୍ଥାତ୍ ରବିବାର ଦିନ ପୂର୍ବ ଶତ୍ରୁତାକୁ ନେଇ ଦିଗପହଣ୍ଡି ସାହାଣୀ ବାଉରୀ ସାହିର ବହୁ ମହିଳା ଓ ପୁରୁଷ ମାନେ ଅପରାହ୍ନ ୪ ଘଣ୍ଟା ସମୟରେ ଆର୍ ଆର୍ ଜିମକୁ ଆସି ଭଙ୍ଗାରୁଜା କରିଥିଲେ । ଏପରିକି ଜିମର ସିସି କ୍ୟାମେରା ଏବଂ ୪ ଟି ଗାଡ଼ିକୁ ଭାଙ୍ଗି ଦେବା ପରେ ପିଏଚଡ଼ି ରୋଡରେ ରହୁଥିବା ମାଲିକ ରାଜୁ ପାତ୍ରଙ୍କ ଘରକୁ ଯାଇ ସେ ଘରେ ନଥିବା ସମୟରେ ତାଙ୍କ ମାଆଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ରାଜୁଙ୍କ ମାଆ ଗତ ନଭେମ୍ବର ୮ ତାରିଖ ଦିନ ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇଥିଲେ । ପୋଲିସ ଏତଲାକୁ ଭିତ୍ତିକରି ଥାନା କେସ୍ ନଂ ୩୮୫/୨୩ ପ୍ରକାରେ ୧୬ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଏହି ମାମଲାରେ ୭ ରୁ ୮ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଅଭିଯୁକ୍ତ ଶିବ ଗିରଫ ଭୟରେ ଘଟଣା ପରଠୁ ଫେରାର ରହିଥିଲା । ତେବେ ଗତକାଲି ଅଭିଯୁକ୍ତ ଶିବ ଦିଗପହଣ୍ଡି ଆସି ଘୁରି ବୁଲୁଥିବା ପୋଲିସ ଖବରପାଇ ତାଙ୍କୁ ଗିରଫ କରିଥିଲା । ଏନେଇ ପୋଲିସ ଜିଆର୍ କେସ୍ ନଂ ୫୯୦/୨୨ ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here