ବୁଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ପୂଜା

0
182

ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ସେପ୍ଟେମ୍ବର ୧୯ ତାରିଖ ଶ୍ରୀ ଗଣେଶ ଚତୁର୍ଥୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ବିଦ୍ୟାଦାତା ହୋଇଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ବୁଗୁଡାର ପିପୁଲସ କଲେଜ, ବଳଦେବ ଜୀଉ ମହିଳା ମହାବିଦ୍ୟାଳୟ, ପିପୁଲସ ହାଇ ସ୍କୁଲ, ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ, ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିପଦର ହାଇ ସ୍କୁଲ, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସମେତ ବୁଗୁଡା ଅଞ୍ଚଳରେ ପ୍ରତିଷ୍ଠିତ ସମସ୍ତ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଅଛି। ସେହିପରି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମଧ୍ୟ ଆଡମ୍ବର ସହ ଅଗ୍ରପୂଜ୍ୟ ଶ୍ରୀ ଗଣନାଥଙ୍କ ପୂଜା କରିଥିବା ଦେଖିବାକୁ ମିଳିଛି। ବିଶିଷ୍ଟ ସମାଜସେବୀ ତଥା ବଜରଙ୍ଗୀ କନଷ୍ଟ୍ରକସନ ମାଲିକ ଧରଣୀଧର ପଣ୍ଡା ନିଜ ପ୍ରତିଷ୍ଠାନରେ ଅଗ୍ରପୂଜ୍ୟ ସିଦ୍ଧ ବିନାୟକଙ୍କ ପୂଜା କରିଥିବା ବେଳେ ବହୁ ବ୍ୟକ୍ତି ଯୋଗଦେଇଥିଲେ। ଲଘୁଚାପଜନିତ ବର୍ଷା ପାଇଁ ଭୟ ଥିବାବେଳେ ପୂର୍ବାହ୍ନ ସମୟରେ ବର୍ଷା ହୋଇନଥିବା ଯୋଗୁଁ ଶ୍ରୀ ଗଣେଶ ପୂଜା ଉତ୍ସାହ ଓ ଉଲ୍ଲାସର ସହିତ ପାଳନ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here