ଆଇଆରଇଏଲ କମ୍ପାନୀରେ ଶ୍ରମିକ ଅଶାନ୍ତି ବିଭୀନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଠିକା ଶ୍ରମିକ

0
694

ଛତ୍ରପୁର: ଆଇଆରଇଏଲ କମ୍ପାନୀର ବିଭିନ୍ନ ଠିକାଦାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ବିଭିନ୍ନ ଦାବି ନେଇ ଆଜି କମ୍ପାନୀ ର ମୁଖ୍ୟ ଫାଟକ ସମ୍ମୁଖରେ ଠିକା ଶ୍ରମିକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛଟେଇ ଶ୍ରମିକ ମାନଙ୍କୁ ଥଇଥାନ, ଠିକା ଶ୍ରମିକ ରୁ ନୀୟମିତ କରିବା ଏବଂ ଦୀର୍ଘ ଚାରି ବର୍ଷର ବୋନସ୍ ତୁରନ୍ତ ପ୍ରଦାନ କରିବା ଭଳି ବିଭିନ୍ନ ଦାବି ରହିଛି । ଏନେଇ ସେମାନେ ଆଇଆରଇଏଲ କମ୍ପାନୀ କତ୍ତୁପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସେମାନଙ୍କ ଦାବି ଗୁଡିକ ଉପରେ କମ୍ପାନୀ କର୍ତ୍ତୁପକ୍ଷ ଗୁରୁତ୍ୱ ଦେଉନାହାନ୍ତି । ଯାହା ଫଳରେ ବହୁ ଶ୍ରମିକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ନିଜ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ହେଉଛନ୍ତି । ବିଭିନ୍ନ ଠିକାଦାର ମାନଙ୍କ ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ କାର୍ଯ୍ୟରତ ସମୟରେ ଆହାତ ହୋଇଥିଲେ ମଧ୍ୟ ସେମାନଙ୍କୁ ଠିକାଦାର ମାନେ ପ୍ରାପ୍ୟ ପ୍ରଦାନ ନ କରି ସେମାନଙ୍କୁ ଛଟେଇ କରିବା ପାଇଁ ଭୟଭୀତ କରୁଛନ୍ତି । ଏନେଇ ଗତ ୧୬ ତାରିଖରେ କମ୍ପାନୀ ପରିସରରେ ଦୁଇ ଜଣ ଅଧିବକ୍ତା, ପୋଲିସ୍ ପ୍ରଶାସନ ର ଉପସ୍ଥିତିରେ ୧୭ ଟି ଦାବି ଉପରେ ଆଲୋଚନା ହୋଇଥିଲେ ମଧ୍ୟ ସେମାନଙ୍କ ଦାବି ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଯାହା ଫଳରେ ସେମାନେ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ସେମାନେ କହିଛନ୍ତି । ଏହି ଆନ୍ଦୋଳନରେ ବହୁ ଠିକା ଶ୍ରମିକ ମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here