ଆସନ୍ତା କାଲି ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ନିର୍ବାଚନ ; ବିପିନ ସମର୍ଥକଙ୍କ ବିଜୟୀ ଆଶା , ଶିବିରରେ ୧୪ ସମିତି ସଭ୍ୟ

0
2104

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦୀର୍ଘଦିନ ଧରି ଦିଗପହଣ୍ଡି ରାଜନୀତିରେ ଦୁଇ ବିବାଦୀୟ ବିଜେଡି ଗୋଷ୍ଠୀ ବିପିନ ଚନ୍ଦ୍ର ପ୍ରଧାନ ଓ ବିପ୍ଳବ ପାତ୍ରଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳୁଥିବା ବେଳେ ଗୁରୁବାର ଦିନ ହେବାକୁ ଥିବା ଅଧ୍ଯକ୍ଷ ନିର୍ବାଚନ ପରେ କାହାର ପଲା ଭାରି ରହିବ ତାହା ସ୍ପଷ୍ଟ ହୋଇପାରିବ । ଏପରିକି ଅଧ୍ଯକ୍ଷ ପଦ ହାତେଇବା ପାଇଁ ବିପିନଙ୍କ ଶିବିରରେ ୧୪ ଜଣ ସମିତି ସଭ୍ୟଙ୍କ ଯୋଗଦାନ ପରେ ବିଜୟୀ ଆଶା ଶତ ପ୍ରତିଶତ ରହିଥିବା ଜଣାପଡ଼ୁଛି । ଯାହାଫଳରେ ବୁଧବାର ଦିନ ନିର୍ବାଚନ ପୂର୍ବରୁ ବିପିନ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଭରପୁର ରହିଛି । ଖବରନୁଯାୟୀ , ଦିଗପହଣ୍ଡି ବ୍ଳକ ଅଧ୍ଯକ୍ଷା ଭାବେ ପୂର୍ବରୁ ଦାୟିତ୍ଵ ନିର୍ବାହ କରିଥିବା ସ୍ୱର୍ଗୀୟା ସୁନିତା କୁମାରୀ ସେଠୀଙ୍କ ଅକାଳ ବିୟୋଗ ପରେ ଭାର ସମ୍ଭାଳି ଆସୁଛନ୍ତି ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ । ଯେହେତୁ ଦିଗପହଣ୍ଡି ବ୍ଳକରେ ୨୫ ଗୋଟି ପଞ୍ଚାୟତ ମଧ୍ୟରୁ ୨୫ ଜଣ ସମିତି ସଭ୍ୟ ମଧ୍ୟରୁ ନିମଖଣ୍ଡିପେଣ୍ଠ ସମିତି ସଭ୍ୟ ବେଆଇନ ଗଞ୍ଜେଇ କାରବାରରେ ଫସି ଜେଲରେ ରହିଛନ୍ତି । ଏପଟେ ଯେଉଁ ଦଳରେ ସମିତି ସଭ୍ୟଙ୍କ ସଂଖ୍ୟା ଗରିଷ୍ଠତା ଅଧିକ ରହିବ ତାହାର ପଲା ଭାରି ରହିବ ବୋଲି ସାଧାରଣରେ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ଶେଷରେ ବିପିନଙ୍କ ଶିବିରରେ ଅଧିକ ସଂଖ୍ୟକ ଗରିଷ୍ଠତା ରହିଥିବାରୁ ବିଜୟୀ ଆଶା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ପରେ ଦୁଇ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ସମିତି ସଭ୍ୟଙ୍କୁ ନେବା ଆଣିବାରେ ଟଣା ଓଟରା ଲାଗି ରହିଥିଲା । ଗୋଟିଏ ପଟେ ବିପିନଙ୍କ ଶିବିରରେ ଚୌଧୁରୀ . ଟିକରପଡା ସମିତି ସଭ୍ୟ ପଙ୍କଜ ସାହୁ , ଗଡଗୋବିନ୍ଦପୁର ସମିତି ସଭ୍ୟ ସୁଦାମ ରେଡ୍ଡୀ , ଭୀଷ୍ମଗିରି ଶିବରାମ ମହାନ୍ତି , ବାସୁଦେବପୁରର ଡି . ରାମାରାଓ , ସିଦ୍ଧେଶ୍ଵରର ସୁରଭୀ ବିଷୋୟୀ , କରପଡା ଗାୟତ୍ରୀ ପ୍ରଧାନ , ବି . ତୁରୁବୁଡି ଗଣେଶ ମଲ୍ଲିକ , ବଡଡୁମ୍ବୁଳା ରମେଶ ଚନ୍ଦ୍ର ପାଢ଼ୀ , କଇଠଖଣ୍ଡି ଭାବିନ୍ଦ୍ର ଗୈାଡ , କୁଶପଡା ରୀନା ଦୋରା , କଇଠଡା ପାର୍ବତୀ ରେଡ୍ଡୀ , ବମକୋଇ ଯମୁନା ନାୟକ , କୋଟିନଡ଼ା ତମାଳ ନାୟକ , ବିଜୟ ଲକ୍ଷ୍ମୀନାରାୟଣ ପୁର ବିଷ୍ଣୁ ସେଠୀ ପ୍ରମୁଖ ଯୋଗ ଦେଇଥିବା ଜଣାପଡିଛି । ଯେହେତୁ ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ପରେ ଦୁଇ ବିଜେଡି ଦଳ ମଧ୍ୟରେ ସମିତି ସଭ୍ୟଙ୍କୁ ନେବା ଆଣିବା ପାଇଁ କସରତ ଚାଲିଥିବା ସେମାନଙ୍କୁ ଅଜ୍ଞାତବାସରେ ରଖା ଯାଇଥିଲା । ତେବେ ବୁଧବାର ଅପରାହ୍ନରେ ସେମାନଙ୍କୁ ସ୍ବତନ୍ତ୍ର ଗାଡ଼ି ଯୋଗେ ଦିଗପହଣ୍ଡି ଅଣାଯିବା ପରେ ପୁଣିଥରେ କେଉଁ ଆଡ଼େ ନିଆଯାଇଥିଲା ତାହା ସ୍ପଷ୍ଟିକରଣ ହୋଇନାହିଁ । ଏପଟେ ବିରୋଧୀଙ୍କ ମଧ୍ୟରେ ଏକପ୍ରକାର ଛନକା ପଶିଯାଇଥିବା ଜଣାପଡିଛି । ଏପଟେ ବିପିନ ସମର୍ଥିତ ପ୍ରାର୍ଥୀ ମାନେ ବମକୋଇ ସମିତି ସଭ୍ୟ ଯମୁନା ନାୟକଙ୍କୁ ବ୍ଳକ ଅଧ୍ୟକ୍ଷା ପାଇଁ ପୂର୍ବରୁ ପ୍ରସ୍ତାବ ଗୃହୀତ କରିଥିବା ବେଳେ ଗୁରୁବାର ସକାଳୁ ପ୍ରାର୍ଥୀପତ୍ର ଦାଖଲ , ଯାଞ୍ଚ , ପ୍ରତ୍ୟାହାର , ମତଦାନ ଏବଂ ଭୋଟଗଣତି ହେବାପରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here