ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି

0
331

ବେଗୁନିଆପଡ଼ା: ରବିବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ର ବୈଠକ ସଭାପତି ଶ୍ରୀ ଅଭୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘରୋଇ ବିଦ୍ୟାଳୟ ସଂଘ ର ସମ୍ପାଦକ ଅଶୋକ କୁମାର ସେନାପତି, କୋଷାଧକ୍ଷ କବିରାଜ ଜେନା, ସଭ୍ଯ ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ପାଢ଼ୀ,ବେଗୁନିଆପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ କେ. ଆନଦ ରାଓ, ସଭାପତି ଏ. ଦନାର୍ଦ୍ଧନ ଆଚାରୀ ସମେତ ବହୁ ବିଦ୍ୟାଳୟ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ କରୋନା ସମୟରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ବିଭିନ୍ନ ଅସୁବିଧା ଦେଇ ଗତି କରୁଛି ତାହାର ସୁଧାର ନେଇ ଆଲୋଚନା ହୋଇଥିଲା । ଏଥିସହିତ ଆସନ୍ତା ୨୩ ତାରିଖ ଦିନ ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଏକ ଛଅ ଦଫା ଦାବୀ ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ୫ ଟି ସଚିବ, ରାଜ୍ୟପାଳ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାଶିକ୍ଷା ଅଧିକାରୀ ଙ୍କ ଉଦ୍ଦେଶ୍ଯ ରେ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here