ବୃକ୍ଷରୋପଣ କରି ସପରିବାର ସହ ଜନ୍ମଦିନ ପାଳିଲେ ସରପଞ୍ଚ

0
337

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ ନିଜ ଜନ୍ମଦିନ ପାଳନ ଅବସରରେ ଘନସିଙ୍ଗି ବଦ୍ରିକା ଆଶ୍ରମରେ ସପରିବାର ସହ ବୃକ୍ଷରୋପଣ କରିଥିବା ଜଣାପଡିଛି । ସରପଞ୍ଚ ଶ୍ରୀ ଗୈାଡ ଆଜି ସପରିବାର ସହ ଆଶ୍ରମରେ ପହଞ୍ଚି ପ୍ରଥମେ ସ୍ୱର୍ଗୀୟ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ହନୁ ମାଷ୍ଟ୍ରେ ସେବା ସଂସ୍ଥାନ ନାମରେ ଏକ ଆଶ୍ରମ ଖୋଲିବା ନେଇ ଶୁଭ ଦେବାସହ ବଦ୍ରି ବାବାଙ୍କ ଉପସ୍ଥିତିରେ ଆଶ୍ରମ ଚତୁଃପାର୍ଶ୍ଵରେ ବିଭିନ୍ନ ଔଷଧୀୟ ଜାତ ଚାରି ରୋପଣ କରିଥିଲେ । ଏଥିସହ ପିତାଙ୍କ ନାମରେ ଖୋଲିବାକୁ ଥିବା ଏହି ଆଶ୍ରମରେ ପିତାମାତା ବିହୀନ ପିଲାଙ୍କୁ ସହାୟତା , ଗରିବ ପିଲାଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ , ଅର୍ଥାଭାବ ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇ ଦେବା ଏହି ଆଶ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ସରପଞ୍ଚ ଶ୍ରୀ ଗୈାଡ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହଧର୍ମିଣୀ ପଲ୍ଲବୀ ଗୈାଡ , ରାଧାକୃଷ୍ଣ ଗୈାଡ , ସନାତନ ଗୈାଡ , ମିଥୁନ ଗୈାଡ , ଜଟଧର ପ୍ରଧାନ , ବୁଲୁ ପାଣିଗ୍ରାହୀ , ଟୁନା ସେଠୀ ଓ ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here