ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଂଶତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

0
693

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଂଶ ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଶିଶୁମାନଙ୍କୁ ସମ୍ବୋଧିତ କରିଥିଲେ । ଏଥିସହ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ , ସଂପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ , ଏନ୍ ଏସି କ୍ଳଷ୍ଟର ସିଆରସିସି ଅନିଲ କୁମାର ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଶିକ୍ଷା ବିକାଶ ସମିତି ଯୋଜନା ଅନୁସାରେ ବିଦ୍ୟାମନ୍ଦିରର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣିତ , ବିଜ୍ଞାନ ଓ ସଂସ୍କୃତି ଜ୍ଞାନ ବିଭାଗର ପ୍ରୟୋଗ , ପ୍ରକଳ୍ପ , ପ୍ରଶ୍ନମଞ୍ଚ , ପତ୍ରବାଚନ , ଲୋକନୃତ୍ୟ ଓ ମୂର୍ତ୍ତି କଳା ପ୍ରତିଯୋଗିତା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ମେଳାରେ ଶିଶୁ ବର୍ଗ , ବାଲ ବର୍ଗ ଓ କିଶୋର ବର୍ଗରୁ ପ୍ରାୟ ୪୭୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ବିଷୟବସ୍ତୁକୁ ଆଧାର କରି ନିଜର ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏଥିରେ ବହୁ ଶିକ୍ଷକ ବିଚାରକ ଭାବେ ଯୋଗଦେଇ ସମସ୍ତ ପ୍ରଦର୍ଶିତ ପ୍ରକଳ୍ପ ବୁଲି ଦେଖିଥିଲେ । ଶେଷରେ ଉଦଯାପନୀ ସମାରୋହରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ତରଫରୁ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଆଚାର୍ଯ୍ୟ ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ବେହେରା , ବାବୁଲା ପଣ୍ଡା , ଦିଲେଶ୍ବର ପଣ୍ଡା , ଶ୍ରୀଧର ରଥ , ପ୍ରଗତି ପଣ୍ଡା , ସୁରେଶ ନାୟକ , ସରୋଜ ରଥ , ସମେତ ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ଯା ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here