ଖରିଫ ଧାନ ଚାଷ ନିମନ୍ତେ ଘୋଡାହଡ ଜଳଭଣ୍ଡାରରୁ ଜୁଲାଇ ୨୫ ରୁ ପାଣି ଛଡାଯିବ

0
582

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିି ଘୋଡାହଡ ଜଳସେଚନ ଶୀର୍ଷକ କମିଟି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ଦିନ ଘୋଡାହଡ ପାଣି ପଞ୍ଚାୟତ ଶୀର୍ଷକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ଖରିଫ ଧାନ ଚାଷ ନିମନ୍ତେ ଆସନ୍ତା ଜୁଲାଇ ୨୫ ତାରିଖରୁ ଘୋଡାହଡ ଜଳଭଣ୍ଡାରରୁ କେନାଲ ଯୋଗେ ପାଣି ଛଡାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ . ଏ . ଗୋପାଳ ରାଓ , ପାଣି ପଞ୍ଚାୟତ ସଂପାଦକ କିର୍ତ୍ତୀଚନ୍ଦ୍ର ଗୈାଡ , କୋଷାଧ୍ୟକ୍ଷ ରାମନାଥ ବିଷୋୟୀ , ସହକାରୀ ଯନ୍ତ୍ରୀ ଇଂ . ସୁଶାନ୍ତ ମହାପାତ୍ର , ଇଂ . ନିରଞ୍ଜନ ସାହୁ , ଇଂ. କ୍ଷୀରୋଦ ବେହେରା ସମେତ ୨୧ ଗୋଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି ଅବସରରେ ଆସନ୍ତା ୧୭ ତାରିଖ ଦିନ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘୋଡାହଡ ଡ୍ୟାମ ପରିସରରେ ବର୍ଷାକୁ ଆଗମନ କରାଇବା ନିମନ୍ତେ ବୃଷ୍ଟିଯଜ୍ଞ ଓ ଗେଟ୍ ପୂଜନ କରାଯିବ ବୋଲି ସଭାପତି ଶ୍ରୀ ପାତ୍ର ଚାଷୀ କର୍ମକର୍ତ୍ତାଙ୍କୁ ସୂଚନା ଦେଇଥିଲେ । ଡ୍ଯାମର ଜଳଧାରଣ କ୍ଷମତା ୧୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୧୧୪.୭୦ ମିଟର ପାଣି ଗଚ୍ଛିତ ରହିଛି । ଏହା ଜଳଭଣ୍ଡାରର ଆଇକଟ ଜମିକୁ ୨୦ ଦିନ ଧରି ପାଣି ଯୋଗାଇବ ବୋଲି ଜଣାପଡିଛି । ତେବେ ଖରିଫ ଧାନ ଚାଷ ପାଇଁ ପାଣି ଛାଡିବା ପୂର୍ବରୁ ମୁଖ୍ୟ କେନାଲ ଗୁଡିକ ସଫା କରାଯାଇଥିବା ବେଳେ ଶାଖା କେନାଲ ଗୁଡିକୁ ସଫା କରିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଓ କହିଥିଲେ । ଏହି ବୈଠକରେ କମିଟିର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ଏମ୍ . ସହଦେବ ରେଡ୍ଡୀ , ବିଭୂତି ଭୂଷଣ ମହାପାତ୍ର , ଲୁଲୁ ସର୍ଦ୍ଦାର , ଚିତ୍ରସେନ ଗୈାଡ , ବିପ୍ର ପ୍ରଧାନ , ଦିଲିପ ପ୍ରଧାନ , କିଶୋର ଜେନା , ମୁରଲୀ ପାତ୍ର , ରାମହରି ଗୈାଡ , ସିମାଞ୍ଚଳ କର , ଏମ୍ . ଦଣ୍ଡପାଣି ସମେତ ୨୧ ଗୋଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀ ଉପସ୍ଥିତ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here