ସହଦେବ ଟିକରପଡା ହାଇସ୍କୁଲ ଓ ବଜାପଲ୍ଲୀ ବିଦ୍ଯାଳୟରେ ୭୪ ତମ ବନ ମହୋତ୍ସବ ପାଳିତ

0
561

ଗଂଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସହଦେବ ଟିକରପଡା ସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ଓ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ବଜାପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ୭୪ ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବଜାପଲ୍ଲୀ ବିଦ୍ଯାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ବନ ମହୋତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ସେହିପରି ଏବିଇଓ ବିଶ୍ରବା ପାଇକ , ରସାନନ୍ଦ ଘଡେଇ , ସିଆରସିସି ବାସୁଦେବ ବେହେରା ସମେତ ବିଦ୍ଯାଳୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦ୍ଯାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ସେହିପରି ସହଦେବ ଟିକରପଡା ହାଇସ୍କୁଲ ପ୍ରଧାନଶିକ୍ଷକ ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ମହୋତ୍ସବ କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ ସାଧନା କର୍ମୀ ସିମାଞ୍ଚଳ ଗୈାଡ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବୁଦ୍ଧିଜୀବୀ ଏବଂ ବିଦ୍ଯାଳୟ ପରିଚାଳନା କମିଟି ସଭ୍ୟ/ ସଭ୍ଯା ଓ ଇକୋ କ୍ଳବ୍ ତଥା ଜୁନିୟର ରେଡ଼କ୍ରସ୍ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିବେଶ ସୁରକ୍ଷା , ବୃକ୍ଷ ରୋପଣ ଓ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ଏଥିସହ ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ବୃକ୍ଷ ରୋପଣର ଉପକାରିତା ଉପରେ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବିଦ୍ଯାଳୟ ବେଢାରେ ବିଭିନ୍ନ କିସମର ବୃକ୍ଷରୋପଣ କରିଥିଲେ । ସମ୍ବଳ ଶିକ୍ଷକ ସରୋଜ ନାୟକ ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here