ମୋଚି କୁଳ ମହାସଂଘ ପରିସରରେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

0
153

ଗଞ୍ଜାମ:ଦିଗପହଣ୍ଡି ଆସିକା ରୋଡ ସ୍ଥିତ ଗଞ୍ଜାମ ଜିଲ୍ଲା ଆମ୍ବେଦକର ମୋଚି କୁଳ ମହାସଂଘ କାର୍ଯ୍ଯାଳୟ ପରିସରରେ ଶୁକ୍ରବାର ଦିନ ସ୍ଥାପିତ ଭାରତରତ୍ନ ଡ.ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଓକିଲ ସଂଘ ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେେ । ଡ.ଆମ୍ବେଦକରଙ୍କ ଆଦର୍ଶକୁ ଗ୍ରହଣ କରି ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।ଏଥିରେ ସଂଘର ସଭାପତି ଆର୍ .ଲୋକନାଥ , ସମ୍ପାଦକ ଏସ୍ .ପ୍ରହଲ୍ଲାଦ , ଡି .ବାବୁ , ଏସ୍ .ସେନବାବୁ , ଆର୍ . ମୋହନ , ଆର୍. ଲାଚ୍ଛା , ଆର୍ .ରାଜୁ , ଡି.ବାବୁଲା , ଏମ୍ .ଯୁଦ୍ଧିଷ୍ଠିର , ଏନ୍ .ଶରତ, ଏନ୍. ରାଜେଶ , ଏନ୍.ତ୍ରିନାଥ , ଜି.ଆପନା , କେ.ଲାଛିକା ଏବଂ ଏନ୍.ବାବୁଲା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here