ରଥଯାତ୍ରା ପାଳିତ

0
171

ଛତ୍ରପୁର: ଆଜି ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ସମେତ ବିଭିନ୍ନ ଗ୍ରାମାଂଚଳ ଓ ସହରାଂଚଳ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ରଥ ଯାତ୍ରାକୁ ଧୁମଧାମ ରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମଙ୍ଗଳ ଆଳତି କରାଯାଇଥିଲା । ପୂର୍ବାହ୍ନ ଦିନ ୧୧ ଟା ବେଳେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଉପବେସନ କରାଯାଇଥିଲା । ପରେ ମନ୍ଦିରର ରାଜା କୈଳାଶ ଚନ୍ଦ୍ର ଦେଓ ରଥରେ ଛେରା ପହଁରା କରିଥଲେ । ପରେ ରଥ ଉପରେ ଶ୍ରୀ ଜିଉଙ୍କ ଆଳତି କରାଯାଇଥିଲା । ଅପରାହ୍ନ ୩ ଟାରେ ରଥ ମନ୍ଦିର ପରିସରରୁ ବାହାରି ମଝି ବଜାର ସ୍ଥିତ ମାଉସୀ ମା ମନ୍ଦିର ନିକଟରେ ପହଂଚିଥିଲା । ସେଠାରେ ପୁଣି ଶ୍ରୀ ଜିଉଙ୍କ ଆଳତି ଓ ରିତୀନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଉସୀ ମା ମନ୍ଦିରକୁ ତିନି ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଥିଲା । ସନ୍ଧ୍ୟାରେ ବହୁ ଭକ୍ତ ମାଉସୀ ମା ମନ୍ଦିରରେ ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here